ମେଟ୍ରୋ ଟିଭି ଓଡିଶା (୩୦.୪.୨୦୨୨)
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସ୍କୁଲ, କଲେଜ ବନ୍ଦ ରହିଛି । ଏହାରି ମଧ୍ୟରେ କଲେଜ ଛୁଟି ବୃଦ୍ଧିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ କହିଛନ୍ତି ଯେ, ‘ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ମେ’ ୨ ଯାଏଁ ଛୁଟି ଲାଗୁ ହୋଇଛି । ଜଳାବୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ପାଣିପାଗ ସ୍ଥିତି ଦେଖି ବିଚାର ବିମର୍ଷ ପରେ କଲେଜ ଛୁଟି ବୃଦ୍ଧି ନିଷ୍ପତ୍ତି ନିଆଯିବ । ଖରା ବଢୁଥିବାରୁ ବଢିପାରେ କଲେଜ ଛୁଟି ଅବଧି ।’ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସ୍କୁଲ, କଲେଜ ବନ୍ଦ ରହିଛି । ଏହାରି ମଧ୍ୟରେ କଲେଜ ଛୁଟି ବୃଦ୍ଧିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ କହିଛନ୍ତି ଯେ, ‘ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ମେ’ ୨ ଯାଏଁ ଛୁଟି ଲାଗୁ ହୋଇଛି । ଜଳାବୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ପାଣିପାଗ ସ୍ଥିତି ଦେଖି ବିଚାର ବିମର୍ଷ ପରେ କଲେଜ ଛୁଟି ବୃଦ୍ଧି ନିଷ୍ପତ୍ତି ନିଆଯିବ । ଖରା ବଢୁଥିବାରୁ ବଢିପାରେ କଲେଜ ଛୁଟି ଅବଧି ।

’ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି । ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାତିର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିବା ସହ ଦୋକାନବଜାର ବନ୍ଦ ରହୁଛି । ତେବେ ସବୁଠୁ ଅଧିକ ତାତି ଅନୁଭୂତ ହେଉଛି ପଶ୍ଚିମ ଓଡ଼ିଶାରେ । ସତେ ଯେପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତତଲା କଡ଼େଇରେ ସିଝୁଛି । ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି । ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାତିର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିବା ସହ ଦୋକାନବଜାର ବନ୍ଦ ରହୁଛି । ତେବେ ସବୁଠୁ ଅଧିକ ତାତି ଅନୁଭୂତ ହେଉଛି ପଶ୍ଚିମ ଓଡ଼ିଶାରେ । ସତେ ଯେପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତତଲା କଡ଼େଇରେ ସିଝୁଛି ।