ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ବୟାନ । କହିଛନ୍ତି, ଆତ୍ମସମୀକ୍ଷା ପରେ ଦଳରେ ଥିବା ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସବୁ ଦଳରେ ବିଭୀଷଣ ରହିଥିବା ବେଳେ ଆମ ଦଳରେ ମଧ୍ୟ ଏଭଳି କିଛି ତତ୍ତ୍ୱ ଅଛନ୍ତି, ଯେଉଁମାନେ ନିର୍ବାଚନରେ ଆମ ପରାଜୟର କାରଣ । ତେବେ ଆତ୍ମ ସମୀକ୍ଷା ପରେ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କଳ ଏବଂ ଅର୍ଥବଳ ବ୍ୟବହାର ପରେ ଵି ଆମେ ୪୦ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ତଥାପି ଦଳ ଆତ୍ମସମୀକ୍ଷା କରିବ, ପ୍ରତ୍ୟେକ କାରଣକୁ ନେଇ ଦଳୀୟ ଫୋରମରେ ଆଲୋଚନା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।ଜାଣିରଖିବା ଉଚିତ ଯେ, ନୂଆପଡ଼ା ଉପ-ନିର୍ବାଚନ ଫଳାଫଳରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି । ହେଲେ ତା ପରେ ବି ବିଜେପି ପ୍ରାର୍ଥୀ ଉଭୟ ବିଜେଡି ଆଉ କଂଗ୍ରେସକୁ ବହୁ ପଛରେ ପକାଇ ବିଜୟୀ ହେଇଛନ୍ତି । ଆଉ ନୂଆପଡ଼ାରେ କଂଗ୍ରେସର ଏହି ପରାଜୟ ପରେ, ଭକ୍ତଙ୍କ ଏହି ବିଭୀଷଣ ଉପାଖ୍ୟାନ ଏବେ ଚର୍ଚ୍ଚାରେ ରହିଛି । ସୂଚନାଯୋଗ୍ୟ ଯେ, ନୂଆପଡ଼ାରେ ଗତ ସାଧାରଣ ନିର୍ବାଚନ ବେଳେ ଘାସିରାମ ମାଝୀ ସ୍ୱାଧୀନ ଭାବେ ଠିଆ ହୋଇ ୫୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ଏଥର କଂଗ୍ରେସ ଟିକେଟରୁ ଠିଆ ହୋଇଥିଲେ ବି ତାଙ୍କୁ ୪୦ ହଜାର ଭୋଟ୍ ମିଳିଛି । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮ ହଜାର ଭୋଟ୍ ।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ