ପାରଦ ତଳମୁଁହା

ଦିନକୁ ଦିନ ପାରଦ ତଳମୁଁହା  ହେବାରେ ଲାଗିବା ସହ ପ୍ରବଳ ଥଣ୍ଡା ଏବଂ ଜାଡ଼ରେ କମ୍ପୁଛି ଓଡ଼ିଶାର ଦାର୍ଜିଲିଂ ଜି. ଉଦୟଗିରି । ପାରଦ ୭ଡିଗ୍ରିରେ ପହଁଚିଥିବା ରେକର୍ଡ କରିଛି ଆଞ୍ଚଳିକ କୃଷି ଗବେଷଣା ଏବଂ ପରାମର୍ଶ କେନ୍ଦ୍ର । ଶୀତ ସାରା ଅଞ୍ଚଳବାସୀଙ୍କୁ କଲବଲ କରିବାରେ ଲାଗିଛି । ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସେହିପରି ଗତ ୪ଦିନ ହେବ ଦ୍ବୈତନଗରୀ କଟକ, ଭୁବନେଶ୍ବରରେ ମଧ୍ୟ ପାରଦ ୧୪ଡିଗ୍ରୀକୁ ଖସିଆସିଛି ।ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ଭ୍ରମଣରେ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି । ସକାଳୁ ଚାହା ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି । ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି ଯେଭଳି ଥଣ୍ଡା ପଡ଼ୁଛି   ହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲ ହୋଇଯାଉଛି। ସଞ୍ଜ ନଇଁଲେ ସହର ରାସ୍ତା ଖାଁ ଖାଁ ଲାଗୁଛି । ଶୂନଶାନ ଲାଗୁଛି ସଡ଼କ, ଦୋକାନ ଓ ବଜାର। ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଜାଡ଼ ବଢ଼ିବ।

Leave a comment