ବିହାରରେ ଏନଡିଏ ର ବଡ଼ ବିଜୟ ହାସଲ

ବିହାରରେ ଏନଡିଏ ଏକ ବଡ଼ ବିଜୟ ହାସଲ କରିଛି। ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ବିହାରରେ ଏନଡିଏ ମୋଟ ୨୦୭ଟି ଆସନରେ ବିଜୟୀ/ଆଗୁଆ ଥିବାବେଳେ ତାମଧ୍ୟରୁ ବିଜେପି ୯୫ଟି ଓ ଜେଡିୟୁ ୮୫ଟି ଆସନରେ ବିଜୟୀ/ଆଗୁଆ ରହିଛି ।

ପୂର୍ବ ନିର୍ବାଚନ ତୁଳନାରେ ଏନଡିଏ ମେଣ୍ଟ ଉଲ୍ଲେଖନୀୟ ଭାବରେ ଭଲ ପ୍ରଦର୍ଶନ କରିଛି। ବିଜେପିରୁ, ଜେଡିୟୁ ଏବଂ ଏଲଜେପି (ରାମ ବିଳାସ) ସମସ୍ତେ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି। ଅନ୍ଯପକ୍ଷରେ ମହାଗଠବନ୍ଧନ ଶୋଚନୀୟ ପ୍ରଦର୍ଶନ କରିଛି । ଆରଜେଡି ମାତ୍ର ୨୫ଟି ଓ କଂଗ୍ରେସ ମାତ୍ର ୨ଟିରେ ବିଜୟୀ/ଆଗୁଆ ରହିଛି ।

Leave a comment