ନୂଆପଡ଼ା ଉପନିର୍ବାଚନ ଫଳାଫଳ: ନିରବ ଶଙ୍ଖ , ଫୁଟିବା ସୁନିଶ୍ଚିତ

ବିଜୟ ଦୌଡ଼ରେ ଆଗରେ ଜୟ ଢ଼ୋଲକିଆ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୫୦ ହଜାରରୁ ଅଧିକ ଭୋଟ । ଦଶମ ରାଉଣ୍ଡରେ ୫୦୩୩୩ ଭୋଟ ସହ ସେ ଆଗୁଆ ଅଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ୧୭୧୦୧ ସହ ସେହ୍ନାଙ୍ଗିନୀ ଛୁରିଆ ଦ୍ୱିତୀୟ ରାଉଣ୍ଡରେ ଅଛନ୍ତି । ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୩,୭୫୧ ଭୋଟ ମିଳିଛି । ସ୍ନେହାଙ୍ଗିନୀ, ଘାସିରାମଙ୍କୁ ପଛପରେ ପକାଇ ଆଗେଇ ଚାଲିଛନ୍ତି ଜୟ ଢୋଲକିଆ । ଯାହା ଜଣାପଡିଛି ନୂଆପଡାରେ ଉଡିବ ବିଜେପିର ବିଜୟ ତ୍ରିରଙ୍ଗା ।

ସୂଚନା ଥାଉକି, ରାଜନୀତିର ଜବରଦସ୍ତ ରଙ୍ଗରେ ରଙ୍ଗାୟିତ ନୂଆପଡ଼ା ଉପନିର୍ବାଚନ । ବିଜେପିର ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସୀରାମ ମାଝିଙ୍କ ତ୍ରିକୋଣୀୟ ଲଢ଼େଇ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ନବୀନ ପଟ୍ଟନାୟକଙ୍କ ପ୍ରଚାର ଯୁଦ୍ଧ ସରଗରମ ରହିଥିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ବର୍ତ୍ତମାନ ଟ୍ରେଣ୍ଡ ତଥା ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଜୋରସୋରରେ ଆଗେଇ ଚାଲିଛନ୍ତି । ୧୦ହଜାର ୪୩୬ ଭୋଟରେ ଆଗୁଆ ଅଛନ୍ତି ଜୟ ।

ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିବା କହିଲେ ମନମୋହନ ସାମଲ । ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି । ‘ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ । ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । କଂଗ୍ରେସର ଆରୋପ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା । ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ ବୋଲି କହିଛନ୍ତି ମନମୋହନ ।ରାଜ୍ୟ ବିଜେପି ସଭାପତିଙ୍କ ଏକ ତରଫା ହୋଇଛି ନିର୍ବାଚନ ଫଳାଫଳ । ଉପଯୁକ୍ତ ଓ ଠିକ୍ ନିଷ୍ପତି ନେଇଛନ୍ତି ନୂଆପଡ଼ାବାସୀ ।

ଆମ ପାଇଁ ନୁହେଁ ନୂଆପଡ଼ା ବାସୀଙ୍କ ପାଇଁ ଅଗ୍ନିପରୀକ୍ଷା ଥିଲା । ଦୀର୍ଘ ବର୍ଷର ଶାସନରେ ଯେଉଁ ଉନ୍ନତି ସେମାନେ ଦେଖିନଥିଲେ ଦେଢ଼ ମାସରେ ଦେଖିଲେ । ତେଣୁ ଆମକୁ ବିଶ୍ୱାସ କରି ଭୋଟ ଦେଇଛନ୍ତି । ଯାହା ଅଭିଯୋଗ ବିଜେଡି କଂଗ୍ରେସ କରୁଛନ୍ତି ଉଚିତ୍ ଫୋରମ୍ ରେ କରନ୍ତୁ ସେଠି ତାଙ୍କୁ ତାହାର ଉତ୍ତର ମିଳିବ ।

 

Leave a comment