ବିହାର ଜନାଦେଶ : ପ୍ରାଥମିକ ପର୍ଯ୍ୟାୟରେ ଏନଡିଏ ଆଗରେ
ଆରମ୍ଭ ହୋଇଛି ଭୋଟ୍ ଗଣତି । ଧିରେ ଧିରେ ସାମ୍ନାକୁ ଆସିଲାଣି ଟ୍ରେଣ୍ଡ୍ । ପ୍ରାଥମିକ ପର୍ଯ୍ୟାୟରେ ଏନଡିଏ ଆଗରେ ରହିଛି । ବିଜେପି ଓ ଜେଡିୟୁ ୧୨ଟି ଆସନରେ ଆଗୁଆ ରହିଛନ୍ତି । ସେହିପରି ଜେଡିୟୁ ୪ଟି ଆସନରେ ଆଗୁଆ ଥିବା ବେଳେ ଆରଜେଡି ୨ରେ ଆଗରେ ରହିଛି । ସେପଟେ କିନ୍ତୁ ପଛରେ ରହିଯାଇଛି କଂଗ୍ରେସ । ଦଳ ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛି । ଅନ୍ୟମାନେ ଦୁଇଟି ଆସନରେ ଅଗ୍ରଣୀ ଲାଭ କରିଛନ୍ତି ।
ସୂଚନାନୁସାରେ, ଶୁକ୍ରବାର ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି ।ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି
କହିବାକୁ ଗଲେ ବିହାର ଜନତା ଦୁଇଟି ପର୍ଯ୍ୟାୟରେ ବମ୍ପର ଭୋଟିଂ କରିଛନ୍ତି । ୧୧ ତାରିଖରେ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରିପୋର୍ଟ ସାମ୍ନାକୁ ଆସିଥିଲା । ବୁଥ ବାହୁଡ଼ା ମତରେ ଏନଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା । ଗତକାଲି ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲରେ ମଧ୍ୟ ଏନଡିଏ ପୁଣି କ୍ଷମତାକୁ ଫେରୁଥିବା କୁହାଯାଇଛି ।