ନୂଆପଡ଼ା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଆଜି ହେଉଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲୁଛି। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେଉଛି ଏବଂ ଭୋଟ୍ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ଭୋଟ୍ ଗଣତି ନେଇ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଛନ୍ତି, ଚଳିତ ନୂଆପଡ଼ା ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କର ମଧ୍ୟରୁ ମୋଟ୍ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ଥିଲା। ମୋଟ୍ ୮୩.୪୫% ମତଦାନ ହୋଇଛି।
ପ୍ରଥମେ ପୋଷ୍ଟାଲ୍ ବାଲାଟ୍, ପରେ ଇଭିଏମ୍ ଗଣତି ହେବ । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିବେ । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତେଜିଛି ରାଜନୀତି ।