ପ୍ରତିଶୋଧ” ନେବାକୁ ଚାହୁଁଥିଲେ ଆତଙ୍କବାଦୀ ?

ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ, ୨୦୨୫ ଜାନୁଆରିରୁ ଏହି ଆତଙ୍କବାଦୀ ଷଡ୍‌ଯନ୍ତ୍ର ରଚାଯାଉଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର ଏହି ତାରିଖରେ ଅଯୋଧ୍ୟାର ବାବି ମସଜିଦ ଭାଙ୍ଗି ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ଏହି ତାରିଖ ବାଛିଥିଲେ କାରଣ ସେମାନେ “ବାବ୍ରି ମସଜିଦ ଧ୍ୱଂସର ପ୍ରତିଶୋଧ” ନେବାକୁ ଚାହୁଁଥିଲେ।ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା।

୨୦୦୮ର ‘ମୁମ୍ବାଇ ୨୬/୧୧’ ଆକ୍ରମଣଠାରୁ ମଧ୍ୟ ବଡ଼ ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିଲେ ଆତଙ୍କବାଦୀ। ଏହି ‘ହ୍ୱାଇଟ୍-କଲାର ଆତଙ୍କବାଦୀ ମଡ୍ୟୁଲ’ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦକୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା।ତଦନ୍ତ ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି।

ସୂଚନା ମିଳିଛି ଯେ, ଡିସେମ୍ବର ୬ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରାଯାଇଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍‌ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା।

 

Leave a comment