ନୂଆପଡ଼ା ଉପନିର୍ବାଚନ : ଦିନ ୧୧ଟା ସୁଦ୍ଧା ୩୨.୫୧ ପ୍ରତିଶତ ମତଦାନ

ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରୁଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିବ । ନୂଆପଡ଼ା ଉପନିର୍ବାଚନରେ ଦିନ ୧୧ଟା ସୁଦ୍ଧା ୩୨.୫୧ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ଗୋପାଳନ ସୂଚନା ଦେଇଛନ୍ତି 

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ଶାନ୍ତିଶୃଙ୍ଖଳାର ସହିତ ଚାଲୁ ରହିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ମତଦାନର ହାର ପ୍ରାୟ ୩୨.୫୧% ରହିଛି । ଅଦ୍ୟାବଧି ଗୋଟିଏ VVPAT (ବୁଥ୍ ନମ୍ବର ୨୯୮) ପରିବର୍ତ୍ତନ କରାଯାଇଛି । ନୂଆପଡ଼ାରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପ-ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସିସିଟିଭି ମାଧ୍ୟମରେ ମତଦାନ ପ୍ରକ୍ରିୟାର ନିରନ୍ତର ତଦାରଖ କରାଯାଉଛି । ବୁଥ୍‌ରେ ସୁରୁଖୁରରେ ଚାଲିଛି ମତଦାନ । ସାଧାରଣ ନିର୍ବାଚନ ଅପେକ୍ଷା ଉପନିର୍ବାଚନରେ ମତଦାନ ବଢୁଛି । ଗୋଟିଏ ଅଭିଯୋଗ ଆସିଛି ଯେ, କିଛି ରାଜନୈତିକ ଦଳ ଖାଦ୍ୟ ପୁଡିଆ ବାଣ୍ଟୁଛନ୍ତି । ଆମେ ତଦନ୍ତ କରି ଜାଣିଲୁ ଯେ, ସେମାନେ ତାଙ୍କ କର୍ମୀ ମାନଙ୍କୁ ଦେଉଛନ୍ତି ଭୋଟରଙ୍କୁ ନୁହେଁ।

ନୂଆପଡ଼ା ଉପନିର୍ବାଚନରେ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ 

ସୂଚନାଯୋଗ୍ୟ ଯେନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ଚଳିତ ଉପନିର୍ବାଚନରେ ୩୫୮ ବୁଥ୍ ମଧ୍ୟରୁ ୬ଟି ପିଙ୍କ୍ ବା ସଖୀ ବୁଥ୍ କରାଯାଇଛି । ଯେଉଁଥିରେ କେବଳ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି ଏହି ନିର୍ବାଚନ ମଣ୍ଡଳୀରେ ୧୦୧ଟି ସମ୍ବେଦନଶୀଳ ବୁଥ୍ ରହିଛି ଏଥିରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଓ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି । ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍ ମଧ୍ୟରୁ ୮ଟି ସୁନାବେଡ଼ା ଉପତ୍ୟକାର ଦୁର୍ଗମ ଅଞ୍ଚଳରେ ରହିଛି । ଏହିସବୁ ଭୋଟ୍ କେନ୍ଦ୍ରର ୪୮ଜଣ ପୋଲିଂ ଅଧିକାରୀଙ୍କୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଗୋତମା ଏୟାରଷ୍ଟ୍ରିପରୁ ପଠାଯାଇଥିଲା । ସେଠାରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଅନ୍ୟ ସାଧାରଣ ଭୋଟ୍ଗ୍ରହଣ କେନ୍ଦ୍ର ଗୁଡ଼ିକରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ଗ୍ରହଣ ହେବ ।

ନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ୍, ୬ଟି ସଖି ବୁଥ୍, ୩୯୬ଟି ପୋଲିଂ ଦଳ୩୮ଟି ରିଜର୍ଭ ପୋଲିଂ ଦଳ ପାଇଁ ୧୫୫୨ ଜଣ ପୁରୁଷ ଅଧିକାରୀ ଓ ୩୨ ଜଣ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହି ଉପନିର୍ବାଚନକୁ ଅବାଧମୁକ୍ତ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏଥିପାଇଁ କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସର ୧୪ଟି କମ୍ପାନୀ ମୁତୟନ ହୋଇଛନ୍ତି ଏହାସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ୬ ଜଣ ଡିଏସପି୯ ଜଣ ଇନ୍ସପେକ୍ଟର,୧୫୧ ଜଣ ସବ୍ଇନ୍ସପେକ୍ଟର,ସହକାରୀ ବ୍ଇନ୍ସପେକ୍ଟର,୧୦୩ ଜଣ ହାବିଲଦାର୬୩୬ ଜଣ କନେଷ୍ଟବଳ୨୮୭ ଜଣ ହୋମଗାର୍ଡ ନିୟୋଜିତ ହୋଇଛନ୍ତି l

Leave a comment