ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ
ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା ଦେଓଲ । ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି ଇଶା । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ସହ ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି । ପରିବାରର ଗୋପନୀୟତା ବଜାୟ ରଖିବାକୁ ଅପିଲ୍ କରିଛନ୍ତି ଧର୍ମେନ୍ଦ୍ରଙ୍କ ଝିଅ ଇଶା ।
ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୮୯ବର୍ଷୀୟ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଗଣମାଧ୍ୟମରେ ତାଙ୍କର ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ତାଙ୍କ ଝିଅ ଇଶା ଦେଓଲ । ଧର୍ମେନ୍ଦ୍ରଙ୍କ ଝିଅ ଇଶା ସୋସିଆଲ ମିଡିଆ ଇନ୍ଷ୍ଟାରେ ଲେଖିଛନ୍ତି, ”ଲୋକ ତରବରିଆ ହୋଇ ମିଛ ଖବର ପ୍ରକାଶ କରୁଛନ୍ତି । ମୋ ବାପା ଠିକ୍ ଅଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସମସ୍ତଙ୍କୁ ଅନୁରୋଧ କରୁଛି ଆମ ପରିବାର ଗୋପନୀୟତା ବଜାୟ ରଖନ୍ତୁ । ବାପାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ ।”
ରାଗିଗଲେ ପତ୍ନୀ ହେମାମାଳିନୀ- ସ୍ୱାମୀଙ୍କ ମିଛ ମୃତ୍ୟୁ ଖବରକୁ ନେଇ ରାଗି ଯାଇଛନ୍ତି ପତ୍ନୀ ହେମାମାଳିନୀ । ସେ କହିଛନ୍ତି, ”ଯାହା ହୋଇଛି ତାହା କେବେ କ୍ଷମାଯୋଗ୍ୟ ନୁହେଁ । ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ମିଛ ଖବର ପ୍ରଚାର କରିବା ଯାହାଙ୍କର ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ହେଉଛନ୍ତି । ଏହା ଅତ୍ୟନ୍ତ ଅପମାନଜନକ ଏବଂ ଦାୟିତ୍ୱହୀନତା । ଦୟାକରି ଆମ ପରିବାର ଏବଂ ବ୍ୟକ୍ତିଗତ ମାମଲାର ସମ୍ମାନ କରନ୍ତୁ ।”