ପୁରୀ ଗୁଣ୍ଡିଚା ମନ୍ଦିରର ଦଳାଚକଟା ଘଟଣା: ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ
ପୁରୀ ଗୁଣ୍ଡିଚା ମନ୍ଦିରର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍ । ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଉନ୍ନୟନ କମିଶନ ଦେଇଥିବା ରିପୋର୍ଟରେ ପୁଲିସର ଅବହେଳା ସହ ଏଆଇ କାମ କରିନଥିବା ଦର୍ଶାଯାଇଛି । ଚଳିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଏଆଇ ବ୍ୟବସ୍ଥା ଅଣାଯାଇଥିଲା । ଚାରିଆଡେ ସିସିଟିଭି ଲଗାଯିବା ସହ ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ମନିଟରିଂ ରୁମ ରହିଥିଲା। ଏଥିପାଇଁ ୨୭୫ଟି ସିସିଟିଭି ଲାଗିଥିଲା । ହେଲେ ଅନେକ ସିସିଟିଭି ଫିଡ୍ ମିଳିନଥିଲା । ଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ଏଆଇର ସେଭଳି ଭୂମିକା ଦେଖିବାକୁ ମିଳିନଥିଲା ।ତେଣୁ ଟେଣ୍ଡର ପାଇଥିବା କମ୍ପାନିକୁ କଳାତାଲିକାଭୁକ୍ତ କରିବାକୁ ରିପୋର୍ଟରେ କୁହାଯାଇଛି । ଏହାସହ ୭ ପୋଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିବା ରିପୋର୍ଟରେ ଉଲ୍ଲେଖ। କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ । କେକେ ନାୟକ, DSP ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ । ଗୃହ ବିଭାଗର ଅତିରିକ୍ତ ସଚିବ ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।