ରାଜ୍ୟରେ ବଢୁଛି ଶୀତ , କୁହୁଡ଼ିର ଶୀତୁଆ ସକାଳରେ ମଜା ନେଉଛନ୍ତି ସଭିଏଁ

ବିଳମ୍ବ ହେଲେ ବି କନ୍ଧମାଳକୁ  ଛୁଇଁଛି ପହିଲି ଶୀତ। କୁହୁଡ଼ିର ଶୀତୁଆ ସକାଳରେ ମଜା ନେଉଛନ୍ତି ସଭିଏଁ । ପ୍ରାତଃ ଭ୍ରମଣ କରିବା ସହ ପଡ଼ିଆରେ ଦେଖିବାକୁ ମିଳୁଛି ଭିଡ଼ । କନ୍ଧମାଳ ଜିଲାରେ ଆସିଛି ପହିଲି ଶୀତ । ଗତ ଦୁଇଦିନ ହେଲା ଫୁଲବାଣୀ ସହରରେ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଥଣ୍ଡା ପଡୁଛି । ସହରବାସୀ ସକାଳୁ ସକାଳୁ ପ୍ରାତଃ ଭ୍ରମଣ କରିବାକୁ ଆସୁଛନ୍ତି । କନ୍ଧମାଳର ଦାରିଙ୍ଗବାଡ଼ିକୁ ଓଡ଼ିଶାର କାଶ୍ମୀର କୁହାଯାଏ । ପହିଲି ଶୀତ ଆସିଲେ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଜମେ। ପ୍ରକୃତିର ସୌନ୍ଦର୍ୟ୍ୟଙ୍କୁ ଉପଭୋଗ କରିଥାନ୍ତି ପର୍ୟ୍ୟଟକ। ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ କୁହୁଡ଼ିର ମଜା ନେଉଛନ୍ତି । ପ୍ରକୃତିର ମନୋଲୋଭା ଦୃଶ୍ୟକୁ ଉପଭୋଗ କରୁଛନ୍ତି ସଭିଏଁ । ପହିଲି ଶୀତ ଦଶହରା ପରେ ଆସିବା କଥା କିନ୍ତୁ ଚଳିତ ବର୍ଷ ବିଳମ୍ବରେ ଆସିଛି ଶୀତ । ଫୁଲବାଣୀରେ ତାପମାତ୍ରା ୧୪ ଡିଗ୍ରୀକୁ ଖସିଛି । ଦାରିଙ୍ଗବାଡ଼ିରେ ତାପମାତ୍ରା ୧୩ ଡିଗ୍ରୀ ରହିଛି । ଆଗକୁ ଆହୁରି ପାରଦ ଖସିବ ଏବଂ ଶୀତ ବଢିବ । କୁହୁଡ଼ିର ଚାଦର ତଳେ ବୈପାରିଗୁଡା । ଶୀତୁଆ ପାଗ ସହିତ ଘନ କୁହୁଡିର ଆସ୍ତରଣ। କୁହୁଡ଼ି ସହିତ ଉଦିତ ସୂର୍ଯ୍ୟଙ୍କ  ଲୁଚକାଳି ଖେଳ । ସକାଳୁ ସକାଳୁ ଏପରି ଏକ ମନୋଲଭା ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡାରେ । ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ କୁହୁଡ଼ିର ବଳୟ ଭିତରେ ମୋଟର ଗାଡ଼ି ଲାଇଟ୍ ଜଳେଇ ରାସ୍ତା ଖୋଜୁଥିବାଦେଖିବାକୁ ମିଳିଛି । ସ୍କୁଲ ଛାତ୍ରଛାତ୍ରୀ ସହ ଶିକ୍ଷକ ମଧ୍ୟ କୁହୁଡ଼ିର ମଜା ଉଠାଇ ବାହାରି ପଡ଼ିଛନ୍ତି ନିଜ ନିଜ ବିଦ୍ୟାଳୟକୁ ।

Leave a comment