ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ। ସମସ୍ତ ୪ଟି ପଦବୀରେ ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାତ୍ରସଂଘ ସଭାପତି ଭାବେ ବିଜୟୀ ହୋଇଛନ୍ତି ଏଆଇଏସଏର ଅଦିତି ମିଶ୍ରା । ଏବିଭିପି ପ୍ରାର୍ଥୀ ବିକାଶ ପଟେଲଙ୍କୁ ପରାଜିତ କରି ସଭାପତି ଭାବେ ଜିତିଛନ୍ତି ଅଦିତି । ଉପସଭାପତି, ସାଧାରଣ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦରେ ମଧ୍ୟ ବିଜୟଧ୍ବଜା ଉଡାଇଛି ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ । କଡା ଟକ୍କର ଦେଇଥିଲେ ଏବିଭିପି ପ୍ରାର୍ଥୀ । ଛାତ୍ରସଂଘ ସଭାପତି ହୋଇଥିବା ଅଦିତିଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ଏବେ ଜେଏନୟୁରେ ପିଏଚଡି କରୁଛନ୍ତି। ଗତବର୍ଷ କେବଳ ଗୋଟିଏ ପଦବୀକୁ ଛାଡି ଅନ୍ୟ ପଦବୀରେ ଜେଏନୟୁରେ ଲାଲ ଧ୍ବଜା ଉଡାଇଥିଲା ଏଆଇଏସଏ ଓ ଏସଏଫଆଇ । ଜେଏନୟୁ ଛାତ୍ର ସଂଘ ନିର୍ବାଚନରେ ମୋଟ ୯,୦୪୩ ଛାତ୍ରଙ୍କ ମଧ୍ୟରୁ ୬୭ ପ୍ରତିଶତ ମତଦାନ ହୋଇଥିଲା । ମୁଖ୍ୟତଃ ସଭାପତି ପଦ ପାଇଁ ଏବିଭିପି ତରଫରୁ ବିକାଶ ପଟେଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୪୪୭ ଭୋଟ ମିଳିଥଥିଲା । ତାଙ୍କୁ ବାମ ଛାତ୍ର ସଂଗଠନର ଅଦିତି ମିଶ୍ରା ୧୮ ଶହ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ଉପସଭାପତି ପଦରେ ଗୋପିକା ବାବୁ ଓ ସାଧାରଣ ସମ୍ପାଦକ ପଦରେ ସୁନିଲ ଯାଦବ ବିଜୟୀ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ପଦରେ ଦାନିଶ ଅଲ୍ଲୀ ବିଜୟୀ ହୋଇଛନ୍ତି । ସଭାପତି ପଦରେ ବିଜୟୀ ହୋଇଥିବା ଅଦିତି ଉତ୍ତରପ୍ରଦେଶ ବନାରସର ବାସିନ୍ଦା । ସେ ବିହାରରେ ସ୍କୁଲ ଶିକ୍ଷା ସମାପ୍ତ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଗ୍ରାଜୁଏସନ କରିଛନ୍ତି । ଗ୍ରାଜୁଏସନ ପରେ ଅଦିତି ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ସାଉଥ୍ ଏସିଆନ ଷ୍ଟଡିଜରେ ମାଷ୍ଟର୍ସ କରିଛନ୍ତି । ଏବେ ସେ ଜେଏନୟୁରେ ସେଣ୍ଟର ଫର କମ୍ପରେଟିଭ୍ ପଲିଟିକ୍ସ ଆଣ୍ଡ ପଲିଟିକାଲ ଥିଓରୀରେ ପିଏଚଡି କରୁଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ