ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
ବିହାରରେ ଆଜି (ଗୁରୁବାର ୬ ନଭେମ୍ବର) ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଏଥର ରାଜ୍ୟ ସନ୍ଧ୍ୟା ୫ ଟା ସୁଦ୍ଧା ମତଦାନର ପୂର୍ବ ରେକର୍ଡ ଭାଙ୍ଗିଛି। ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଛି। ଏହି ୧୨୧ ଟି ଆସନରେ ମତଦାନର ପୂର୍ବ ରେକର୍ଡ ୫୫.୮୧ ପ୍ରତିଶତ ଥିଲା। ଏବେ ବି ଭୋଟ ଗ୍ରହଣ ଚାଲୁ ରହିଥିବାରୁ ଆଉ ଅତିକମରେ ୫ ପ୍ରତିଶତ ଭୋଟ ହେବା ଆଶା କରାଯାଉଛି । ଏପରି ହେଲେ ତାହା ପୂର୍ବର ରେକର୍ଡ କାଟିଦେବ। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଅଧିକ ଭୋଟ ହେଲେ ତାହା ଶାସକ ଦଳ ସପକ୍ଷରେ ଯିବ ନା ବିରୋଧୀ ଦଳଙ୍କୁ ସୁହାଇବ ?
୨୦୨୦ ନିର୍ବାଚନରେ ୨୪୩ ଟି ଆସନରେ ୫୮.୭ ପ୍ରତିଶତ ମତଦାନ ହୋଇଥିଲା। ୨୦୧୫ ବିହାର ବିଧାନସଭା ନିର୍ବାଚନରେ ମୋଟ ୫୬.୯ ପ୍ରତିଶତ ମତଦାନ ହୋଇଥିଲା।