ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି। ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ। ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ ବୋଲି ନୂଆପଡ଼ାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ। ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ। କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେ। ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ। ବିଜେପୁର, କାକଟପୁର ଓ ନର୍ଲାରେ ବିଜେଡି କରିଥିବା କାର୍ଯ୍ୟକୁ ମନେ ପକାଇବାକୁ କହି ସେ ପ୍ରଶ୍ନ କରିଛନ୍ତି, ଏହା ବେଇମାନୀ ନ ଥିଲା କି? ବେଇମାନ କିଏ ଓ କେତେ ଥର ବେଇମାନୀ କରିଛନ୍ତି ସମସ୍ତେ ଜାଣିଛନ୍ତି। ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ଦେଇ ବେଇମାନୀ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିବା ପରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କରି ଏପରି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ବିଚାରଧାରା ନିର୍ବିଶେଷରେ ବିରୋଧୀ ଦଳ ନେତା ଶାଳିନତା ରକ୍ଷା କରନ୍ତି । ଲାଗୁଚି ସ୍କ୍ରିପ୍ଟ ରାଇଟର ବିରୋଧୀ ଦଳ ନେତାଙ୍କ ମୁହଁରୁ କହିବା ପାଇଁ ଲେଖିଦେଇଥିଲେ । ସେ ବୁଝେଇ ନାହାନ୍ତି ବେଇମାନର ସଂଜ୍ଞା କ’ଣ ? ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି…କିଏ ବେଇମାନ ? ବିଜେପୁରରେ କଂଗ୍ରେସ ନେତାଙ୍କୁ ଆଣି ବିଜେଡିରେ ପ୍ରାର୍ଥୀ କରିଥିଲା । ସେତେବେଳେ ବିଜେଡି ବେଇମାନି କରିଥିଲା କି ନାହିଁ । କାକଟପୁରରେ ମନ୍ତ୍ରୀ ପଦ ଦେଖାଇ ବିଜେପି ପ୍ରାର୍ଥୀଙ୍କୁ ନେଇଗଲେ । ଏମିତି କି ଜଣେ ବିରୋଧୀ ଦଳ ନେତା ଯିଏକି ନାର୍ଲାର ତାଙ୍କୁ ଦଳକୁ ନେଇଗଲେ। ସଂପୂର୍ଣ୍ଣ ବେଇମାନ କାମ କରିଥିବା ଦଳର ନେତା କୁହନ୍ତୁ କିଏ ବେଇମାନ । ରାଜେନ୍ଦ୍ର ଢୋଲକିଆ ପରିବାରର ପୁଅଙ୍କୁ କହିବେ ବେଇମାନୀ । ଏହା ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଏନି । ଅଙ୍ଗୁଳି ଦେଖେଇ କହିଲେ ପଛକୁ ୪ଟି ଅଙ୍ଗୁଳି ରହିଛି । ତାହେଲେ କିଏ ବେଇମାନ ,ବିଜୟ ମହାପାତ୍ରଙ୍କରଠୁ ନେଇ ନଳିନୀ ମହାନ୍ତି । ସମସ୍ତଙ୍କୁ ଧକ୍କା ମାରି ଦଳରୁ କାଢ଼ିଲେ । ବେଇମାନ ନେଇ ସେମାନେ ନକହିବା ଭଲ । ନୂଆପଡ଼ା ଲୋକେ ଏହାର ଜବାବ ଦେବେ । ସେ ଜନସାଧାରଣଙ୍କୁ ମଧ୍ୟ କହିଛନ୍ତି, ବିଜୁ ଜନତା ଦଳ ବାହାର ଜିଲ୍ଲାରୁ ଆଣି ପ୍ରାର୍ଥୀ କରିଛନ୍ତି । ଏଠି ନେତା କ’ଣ ଏତେ ଆଯୋଗ୍ୟକି । ଏତେ ବର୍ଷର ନେତା ତିଆରି ହୋଇନାହାନ୍ତି କି ? ଟିକେଟ କମିଟିର ସଦସ୍ୟା ନିଜେ ଚଞ୍ଚକତା କରି ପ୍ରାର୍ଥୀ ହେଲେ । ଏହା ନୂଆପଡ଼ା ବାସୀଙ୍କ ପାଇଁ ଧୋକା ନୁହେଁ କି? ପ୍ରାର୍ଥୀ ଖୋଜି ଖୋଜି ପାଇଲେନି ଯେ ବରଗଡ଼ରୁ ଆଣିଲେ , ଆପଣ ଏହାର ଜବାବ ଦେବେ । କଂଗ୍ରେସର ମୁଖିଆ ବିଦେଶରେ ଦେଶକୁ ନିନ୍ଦିତ କରୁଛନ୍ତି। ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ତାଙ୍କୁ ବାଧୁଚି । ସେନା ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହା କ’ଣ ତାଙ୍କ ଦେଶ ପ୍ରେମ ଦର୍ଶାଉଛି କି , ବୋଲି ପ୍ରଶ୍ନ ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ।

 

 

Leave a comment