ଭୀଷଣ ବାତ୍ୟାର ରୂପ ନେଲା ଘୂର୍ଣ୍ଣିଝଡ଼ “ମୋନ୍ଥା”, ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି
ଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିଝଡ଼ “ମୋନ୍ଥା” ଭୀଷଣ ବାତ୍ୟାର ରୂପ ନେଲା। ଗତ ୬ ଘଣ୍ଟା ମଧ୍ୟରେ ୧୫ କିଲୋମିଟର ଘଣ୍ଟା ବେଗରେ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରି ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲା ଏବଂ ଆଜି ସକାଳ ସାଢ଼େ ୫ଟାରେ କେନ୍ଦ୍ରୀଭୂତ ହୋଇଥିଲା। ଏହା ମଛଲିପଟନମ୍ (ଆନ୍ଧ୍ର ପ୍ରଦେଶ) ରୁ ପ୍ରାୟ ୧୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, କାକିନାଡା (ଆନ୍ଧ୍ର ପ୍ରଦେଶ) ରୁ ୨୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, ବିଶାଖାପଟନମ୍ (ଆନ୍ଧ୍ର ପ୍ରଦେଶ) ରୁ ୩୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ, ଗୋପାଳପୁର (ଓଡ଼ିଶା) ରୁ ୫୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଅବସ୍ଥିତ।ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି, (୨୮ ଅକ୍ଟୋବର) ସନ୍ଧ୍ୟା/ରାତିରେ କାକିନାଡା ପାଖାପାଖି ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି, ଯାହାର ସର୍ବାଧିକ ନିରନ୍ତର ପବନ ବେଗ ୯୦ରୁ ୧୦୦ କିଲୋମିଟର ଘଣ୍ଟା ପର୍ଯ୍ୟନ୍ତ ୧୧୦ କିଲୋମିଟର ଘଣ୍ଟା ପର୍ଯ୍ୟନ୍ତ ରହିବ।୨୮ ତାରିଖରେ ଆନ୍ଧ୍ର ପ୍ରଦେଶର କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଓ ବାତ୍ୟକୁ ଆଖି ଆଗରେ ରଖି ଭାଇଜାଗକୁ ହାଇ ଆଲର୍ଟ ଜାରି କରାଯାଇଛି| ବିମାନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ | ଏୟାର ଇଣ୍ଡିଆ, ଇଣ୍ଡିଗୋ ବିମାନ ବାତିଲ | ୨୮ ତାରିଖ ପାଇଁ ଏହି ସୂଚନା ଜାରି ହୋଇଛି |ଆସନ୍ତାକାଲି ପାଇଁ ୭୦ଟି ଟ୍ରେନକୁ ଅଟକାଇ ରଖିଛନ୍ତି ସାଉଥ ସେଣ୍ଟ୍ରାଲ କର୍ତ୍ତୃପକ୍ଷ |