ଆଜିର ରାଶିଫଳ

ମେଷ: ହର୍ଷଯୁକ୍ତ, ବିଶୁଦ୍ଧଭାଷୀ, ବହୁ ଧନଶାଳୀ, ବହୁ ମୁକ୍ତାର ଅଧିକାରୀ ହେବେ; ମାତ୍ର ବୃଦ୍ଧମାନଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। ଶତ୍ରୁ ନାଶ କରି ପାରନ୍ତି। ସୁସ୍ଥ ରହିବେ। ବିଦ୍ୟାଭ୍ୟାସୀ ହେବେ। ସୁସ୍ଥ ରହିବେ।

ବୃଷ: ଶାସ୍ତ୍ରପଟୁ ଓ ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ଓ ସୁଢ଼ଳ ଅବୟବଯୁକ୍ତ ହେବେ। ରାଜବଂଶ ପୂଜିତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ: ଧର୍ମକ୍ରିୟାରତ ହୋଇପାରନ୍ତି। ମନୋଜ୍ଞ ହେବେ। କ୍ଷୀଣ ପୁଣ୍ୟ ହୋଇ ବୈକୁଣ୍ଠରୁ ମର୍ତ୍ତ୍ୟ ଲୋକକୁ ଆସିଥିବେ। ଏ ଜନ୍ମରେ ଧର୍ମ ରକ୍ଷା କରି ଓ ରାଜ୍ୟ ଭୋଗ କରି ପୁଣି ବୈକୁଣ୍ଠକୁ ଗମନ କରିପାରନ୍ତି।

କର୍କଟ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନ ଓ ଉତ୍ତମ ବାହନଯୁକ୍ତ ହେବେ। ସରକାରୀ ସ୍ତରରୁ ଧନ ଲାଭ ହେବ। କୀର୍ତ୍ତିମାନ୍‌ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବେ।

ସିଂହ: ରାଜନୀତିଜ୍ଞ ମାନଙ୍କର ପରାମର୍ଶଦାତା ହେବେ। ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ। ପୁତ୍ର ସୁଖରେ ସୁଖୀ ହେବେ। ଜିତେନ୍ଦ୍ରୀୟ ହେବେ। ଜନବଲ୍ଲଭ ହୋଇପାରନ୍ତି।

କନ୍ୟା: ଶତ୍ରୁକୁ ପଦାନତ କରି ମାନସିକ ଶାନ୍ତି ଫେରିପାଇବେ। ରାଜନୈତିକ ବ୍ୟକ୍ତିମାନଙ୍କ ପରାମର୍ଶଦାତା ହୋଇପାରନ୍ତି। ସୁକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞତା ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: ନାନାବିଧ ସମ୍ମାନର ଅଧିକାରୀ ହେବେ। ଭୋଗୀ ହେବେ। ଗୁଣଜ୍ଞ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ମନ ପ୍ରସନ୍ନ ରହିବ। ପରଧନରେ ଧନୀ ହୋଇପାରନ୍ତି। ଯୁବତୀମାନଙ୍କ ମନୋରଞ୍ଜନକାରୀ ହେବେ।

ବିଛା: ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ ହୋଇପାରନ୍ତି। ସଦାସର୍ବଦା କର୍ମଚଞ୍ଚଳ ରହିବେ। କର୍ମକୁଶଳୀ ହେବେ। ସୁଭାଷୀ ହେବେ। ଦ୍ରବ୍ୟଲାଭ ହେବ।

ଧନୁ: ପ୍ରଥମେ ଶତ୍ରୁ ହେତୁକ କଷ୍ଟ ଭୋଗ କରି ଶେଷରେ ଶତ୍ରୁକୁ ବଶୀଭୂତ କରିପାରନ୍ତି। ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମାଧୀଶ ହୋଇପାରନ୍ତି। ପରାକ୍ରମଶାଳୀ ହୋଇପାରନ୍ତି।

ମକର: ଉତ୍ତମ ମିତ୍ର ଲାଭ ସହିତ ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର, ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି। ଧନ, ଯାନବାହନ ପ୍ରାପ୍ତି ସହ ଉତ୍ତମ ବଚନାଦିରେ ପଟୁ ହେବେ। ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ସତ୍‌କର୍ମୀ ହେବେ।

କୁମ୍ଭ: ରାଜତୁଲ୍ୟ ହୋଇପାରନ୍ତି। ବେସାଦିରେ ଆଧିପତ୍ୟ ବିସ୍ତାର କରିପାରନ୍ତି। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହୋଇପାରନ୍ତି। ସର୍ବ ଜନାବ୍ରତ ହେବେ। ସମ୍ମାନ, ଧନ, ବାହାନାଦିରୁ ସୁଖ ଭୋଗ କରିପାରନ୍ତି।

ମୀନ: କାର୍ଯ୍ୟରେ ସଫଳତା ମିଳିପାରେ। ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର ସୁଯୋଗ ଆସିପାରେ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି।

Leave a comment