ରାଜ୍ୟରେ ଦୁଇ ହଜାର ଟପିଲା କରୋନା ସଂକ୍ରମଣ
ମେଟ୍ରୋ ଟିଭି ଓଡିଶା,୭/୧: ରାଜ୍ୟରେ କରୋନାର କାୟା ବଢିବାରେ ଲାଗିଛି । ସେଥିପ୍ରତି ଦୃଷ୍ଟିରେ ରଖି ଆଜିଠୁ ଆରମ୍ଭ ହେବ ନାଇଟ କର୍ଫୁ । ରାତି ୯ଟାରୁ ସକାଳ ୫ଟା ଯାଏ ଚାଲିବ ନାଇଟ କର୍ଫୁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ ପଜିଟିଭ୍ ବାହାରିଛନ୍ତି।
କ୍ୱାରେଣ୍ଟାଇନରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୧୨୪ ରହିଛି । ଆଜି ସୁନ୍ଦରଗଡ଼ରୁ ୪୫୪, କଟକରୁ ୧୯୧ ଓ ସମ୍ବଲପୁରରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି। ଏଣୁ ଆଗକୁ ସାଂଘାତିକ ପରିସ୍ଥିତି ଉପୁଜିବା ନେଇ ସ୍ପଷ୍ଟ ହୋଇଛି। ଯଦି ଲୋକେ ନାଇଟ କର୍ଫୁର ନିୟମ ମାନିବେ ତେବେ ସଂକ୍ରମଣ ହ୍ରାସ ପାଇବାର ସମ୍ଭାବନା ରହିଛି।