ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ

ବିଜେପି ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି । ଗତକାଲି ରାତିରୁ ପୋଲିସ ତାଙ୍କୁ ଉଠାଇନେଇଥିଲା ।  ବିଜେଡି ନେତାଙ୍କୁ ଗିରଫର ପ୍ରତିବାଦ ଦେଖିବାକୁ ମିଳିଛି । ବିଜେଡି କର୍ମୀ ଓ ନେତାମାନେ ଏସପି ଅଫିସ ଘେରାଉ କରିଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଳମ୍ବିତ ରାତିରେ ବିକ୍ରମଙ୍କୁ ଉଠାଇ ନେଇ ଅଟକ ରଖି ଜେରା କରିବା ପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସେପଟେ ବିକ୍ରମ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ବିକ୍ରମଙ୍କୁ ଗିରଫର କୌଣସି ଠୋସ୍‌ ଆଧାର ନାହିଁ ବୋଲି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ କହିଛନ୍ତି । ନୂଆପଡା ପ୍ରଚାରରେ ବିକ୍ରମଙ୍କୁ ଦୂରେଇ ରଖିବାକୁ ଷଡଯନ୍ତ୍ର କରାଯାଇଛି ।

Leave a comment