ଆଜିର ରାଶିଫଳ
ମେଷ: ଯାହା ବି ଚାହିଁବେ ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।
ବୃଷ: ଆପଣ କାହାରିକୁ ସାହାଯ୍ୟ କରିବେ। ବନ୍ଧୁର ସହଯୋଗ ମିଳିବା ଯୋଗୁଁ କାମ କରିବା ସହଜ ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତାରେ କଟିବ।
ମିଥୁନ: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅଚାନକ ଧନଲାଭ ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ଅବସର ପାଇବେ।
କର୍କଟ: ଦିନଟି ଆପଣଙ୍କ ଜୀବନରେ ନୂଆ ଦିଶା ନେଇ ଆସିବ। ନୂଆ ବେପାର ଲାଗି ପଦକ୍ଷେପ ନିଅନ୍ତୁ ଉନ୍ନତି ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ସିଂହ: ବାପା ମାଆଙ୍କ ଆଶୀର୍ବାଦରେ ଅଧୁରା ଥିବା କାମ ପୂରା ହେବ। ଯେଉଁମାନେ ଦୂରରେ ରହୁଛନ୍ତି ସେମାନେ ପରିବାର ଲୋକଙ୍କ ଠାରୁ ଶୁଭ ଖବର ପାଇବେ। ଚାକିରି ଖୋଜୁଥିବା ଲୋକ ନିଜ ବନ୍ଧୁର ସାହାଯ୍ୟ ନେଇପାରନ୍ତି।
କନ୍ୟା: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣ ବହୁ ଦନିର କଠିନ ପରିଶ୍ରମର ଫଳ ପାଇବେ। ଭଲ ଲୋକଙ୍କ ସଂଗତିରେ କିଛି ଶିକ୍ଷାଲାଭ କରିବେ। ବଡ଼ଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।
ତୁଳା: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇବେ। ଜୀବନସାଥୀ ଆପଣଙ୍କର ଦରକାରୀ ଜିନିଷ ଆଣିପାରନ୍ତି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ବିଛା: ରାଜନୀତି ଓ ସମାଜକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଆର୍ଥିକ ପକ୍ଷ ସ୍ବଚ୍ଛଳ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବନ୍ଧୁର ସମାରୋହରେ ଯୋଗ ଦେଇପାରନ୍ତି।
ଧନୁ: ପରିବାରରେ ଲାଗି ରହିଥିବା ଅଶାନ୍ତି ଜୀବନସାଥୀର ସାହାଯ୍ୟରେ ସମାଧାନ ହୋଇଯିବ। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି। ଅଫିସରେ ଆପଣଙ୍କ କାମକୁ କତୃପକ୍ଷ ପ୍ରଶଂସା କରିବେ।
ମକର: ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ଅଫିସରେ କତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି। ପରିବାରରେ ଖୁସିର ମାହୋଲ ରହିବ।
କୁମ୍ଭ: ମାଆ ସହିତ କୌଣସି ବନ୍ଧୁ ଘରକୁ ଯିବେ। ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇପାରନ୍ତି। ପ୍ରିୟଜନ ସହିତ ସମ୍ବନ୍ଧ ମଧୁର ହେବ। ଆପଣଙ୍କ ପିଲା ଆପଣଙ୍କୁ ଭଲ ଖବର ଦେଇ ପାରନ୍ତି।
ମୀନ: ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ଆପଣ ନିଜର ଯୋଗ୍ୟତା ଓ ପ୍ରତିଷ୍ଠା ପାଇଁ ପ୍ରସିଦ୍ଧ ହେବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।