ମେଟ୍ରୋଟିଭିଓଡିଶା(୨୮.୪.୨୦୨୨)
ରେଳଯାତ୍ରୀଙ୍କ ପାଇଁ ଖୁସିର ଖବର । ଯାତ୍ରୀଙ୍କ ପାଇଁ ରେଳ ବିଭାଗ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଯାତ୍ରୀମାନେ ଏବେ ରେଳ ଟ୍ରାଭେଲ ଇନସ୍ୟୁରାନ୍ସର ସୁବିଧା ନେଇପାରିବେ । ଏଥି ପାଇଁ ଯାତ୍ରୀମାନଙ୍କୁ ମାତ୍ର କିଛି ଟଙ୍କା ଦେବାକୁ ହେବ । ଯାହା ଦ୍ୱାରା ରେଳଯାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମିଳିବ ।

ଭାରତର ରେଳ ନେଟଓ୍ୱର୍କ ହେଉଛି ବିଶ୍ୱର ସବୁଠୁ ବଡ଼ ରେଳ ନେଟ୍ଓ୍ୱର୍କ । ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ରେଳ ବିଭାଗ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଥାଏ । ବହୁତ ଲୋକ ରେଲୱେ ଟ୍ରାଭେଲ ଇନସୁରାନ୍ସ ପାଇଁ ପସନ୍ଦ କରିନଥାନ୍ତି । କାରଣ ଏହି ବୀମା ବିଷୟରେ ଅନେକ ଲୋକ ଖୁବ୍ କମ୍ ଜାଣିଥାନ୍ତି । ଏହି ବୀମା କରିବା ଦ୍ୱାରା ରେଳ ଯାତ୍ରାରେ ହେଉଥିବା କ୍ଷତି ପାଇଁ କମ୍ପାନୀ କ୍ଷତିପୂରଣ ଦେଇଥାଏ । ଆପଣଙ୍କ ଯାତ୍ରା ସମୟରେ କିଛି କ୍ଷତି ହେଲେ କ୍ଷତି ବାବଦକୁ ଆପଣଙ୍କୁ ୨ଲକ୍ଷରୁ ୧୦ ଲକ୍ଷଟଙ୍କା ପର୍ଯ୍ୟନ୍ତ ମିଳିପାରିବ ।