ଆଜି ଠାରୁ ଆରମ୍ଭ ହେଉଛି କାଳୀପୂଜା, ଉତ୍ସବମୂଖର ଭଦ୍ରକ ସହର

ଦୀପାବଳିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା। ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏବେ ପୂଜା ପାଇଁ ବେଶ୍‌ ଉତ୍ସବମୁଖର ହୋଇଉଠିଛି ସହର । ସବୁ ପୂଜା ମଣ୍ଡପର ସଚେତନାତ୍ମକ ବାରୁଆଳି ନିକଟରେ ଲୋକଙ୍କ ଭିଡ଼ ଜମିଲାଣି । ସ୍ଥାୟୀ ପୂଜା ମଣ୍ଡପ ସମ୍ମୁଖରେ ସୁଉଚ୍ଚ ତୋରଣ ନିଆରା ଆକର୍ଷଣ ହୋଇଛି। ଭିନ୍ନ ଭିନ୍ନ ଥିମ୍ କୁ ନେଇ ତିଆର ହୋଇଛି ପୂଜା ମଣ୍ଡପ । ’ କାଳୀଙ୍କ ମୂର୍ତ୍ତିଠାରୁ ତୋରଣ ନିକଟରେ ଦର୍ଶକଙ୍କ ଭିଡ଼ ଜମୁଛି। କେଉଁଠି ମୋଦି , ଟ୍ରମ୍ପ, ଜିନ୍‌ପିଙ୍ଗ ମୁଣ୍ଡ ରହିଛି ତ କେଉଁଠି ପ୍ରଭୁ ନୃସିଂହଙ୍କ ଉଗ୍ରରୂପ ଲୋକଙ୍କୁ ଆକୃଷ୍ଟ କରୁଛି।   ସହର ରାସ୍ତାଘାଟ ରଙ୍ଗିନ ଆଲୋକମାଳା ଓ ଏଲ୍‌ଇଡି ବୋର୍ଡରେ ଝଲସୁଛି। ସମସ୍ତ ମଣ୍ଡପରେ ସିସିଟିଭି ଓ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଭଦ୍ରକରେ ଆଜି ଠାରୁ ଆରମ୍ଭ ହେଉଛି ଐତିହାସିକ କାଳୀପୂଜା। ଏଥି ପାଇଁ ସଜେଇ ହୋଇଛି ମା ଭଦ୍ରକାଳୀଙ୍କ ପୀଠ ।  ମା’ଙ୍କର ଆଗମନ ସହ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଓ ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର ହୋଇ ଉଠିଛି।  ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ  ନୂଆ ରୂପରେ ସଜେଇ ହୋଇଛି ଚରମ୍ପା।

୬ ଶହ ବର୍ଷର ଆଦିଶକ୍ତି ପୀଠ ମା’ ଭଦ୍ରକାଳୀ ପୀଠ ।  ସାଳନ୍ଦୀ ନଦୀ ଘାଟରୁ କଳସ ଅଣାଯିବା ପରେ ମାଙ୍କ ପୀଠରେ ଘାଟ ସ୍ଥାପନା କରାଯିବାପରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଛି । ଏଠାରେ ସପ୍ତ ଦିନ ବ୍ୟାପୀ ମା’ଙ୍କର ପୂଜାର୍ଚ୍ଚନା ହେବ। ୭ ଦିନରେ ସାତଟି ରୂପରେ ମା’ ପୂଜା ପାଇବେ। ମା’ଙ୍କର ଏହି ସପ୍ତମାତୃକା ବେଶ ପୂଜା ଦେଖିବା ପାଇଁ ମା ଭଦ୍ରକାଳୀଙ୍କ ପୀଠକୁ କାଳୀପୂଜା ଅବସରରେ ଲକ୍ଷ ଲକ୍ଷ ଭକ୍ତ ଆସିବେ। ସେହିପରି ୫୯ ବର୍ଷରେ ଚରମ୍ପ‌ା ସ୍କୁଲ ରୋଡ କାଳୀପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ତୋରଣ ସଜ୍ଜା ଓ ମୂର୍ତ୍ତି ଗଢ଼ା କାମ ଶେଷ ହୋଇଛି। ଏଠାରେ ଧୁମ ଧାମରେ ପୂଜା ଆରମ୍ଭ ହେବ। ଏଇ  କାଳୀପୂଜା ପାଇଁ ପୂଜା କମିଟିର ସଭାପତି କଲ୍ଲୋଳ ଲେଙ୍କା ଓ ସଂପାଦକ ମଦନ ମୋହନ ମହାନ୍ତିଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତାମ‌ାନେ ଲାଗି ପଡିଛନ୍ତ। ବାସନ୍ତିୀ ଦୁର୍ଗାପୂଜା କମିଟି ୧୭ ବର୍ଷ ଧରି ଚରମ୍ପାର ବିଶାଣି ଖରିଦାଠାରେ ମା’ଙ୍କ ପୂଜା ପାଳନ କରୁଛି। ପୂଜା କମିଟିର ସଭାପତି ଶ୍ୟାମ ସୁନ୍ଦର ଗୁପ୍ତା ଓ ସଂପାଦକ ନାରାୟଣ ଚନ୍ଦ୍ର ବିଶ୍ବାଳଙ୍କ ସମେତ ସବୁ କର୍ମକର୍ତ୍ତା ପୂଜା ଆରମ୍ଭ ପାଇଁ ଲାଗିପଡିଛନ୍ତି।ପିଡ୍ଲୁଡିଆଇ କାଳୀପୂଜା ୧୦୨ ବର୍ଷର ପୂଜା ପରଂପରାକୁ ନେଇ ମା’ଙ୍କର ପୂଜା ପାଇଁ ସହଯୋଗ କରୁଛନ୍ତି। ୩ ଶହ ବର୍ଷର  ଆଦିଶକ୍ତି ପୀଠ ମା’ ପଥରକାଳୀ ଆଜକୁ ତିନି ଶହ ବର୍ଷ ତଳେ ମା’ ପଥର କାଳୀ ଏଠାରେ ବିରାଜମାନ କରିଥିଲେ।

Leave a comment