ଆଜିର ରାଶିଫଳ
ମେଷ: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଆପଣଙ୍କର ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ।
ବୃଷ: କୌଣସି ଜଟିଳ ମାମଲାର ସମାଧାନ ବାହାରିବ। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।
ମିଥୁନ: ଆପଣଙ୍କର ଖୁସ୍ ମିଜାଜ ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ଅର୍ଡ଼ର ସପ୍ଲାଇଙ୍କୁ ଲାଭ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।
କର୍କଟ: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ବ୍ୟବସାୟରେ ଆପଣଙ୍କୁ ଲାଭ ହି ଲାଭ ହେବ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମନୋବଳ ମଜଭୁତ ପାଇଁ ଯୋଗ କରନ୍ତୁ।
ସିଂହ: ବେପାରୀଙ୍କ ଲାଗି ଦିନଟି ଭଲ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହ ସମୟ ଅତିବାହିତ କରିବେ। କଳାଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
କନ୍ୟା: ଆପଣଙ୍କ ମନରେ ବିଶେଷ ବିଚାର ଆସିବ। ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।
ତୁଳା: ଆପଣଙ୍କର ଭାଗ୍ୟ ଦ୍ବାର ଖୋଲିବ। ପ୍ରତିଟି କାମରେ ଭଲ ପରିଣାମ ପାଇବେ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞି ଲଗାଇବା ପାଇଁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ।
ବିଛା: ନିଜ କାମ ଉପରେ ପୂରା ଧ୍ୟାନ କେନ୍ଦ୍ରିତ କରି ରଖନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।
ଧନୁ: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହି ପାରିବେ।
ମକର: ଆର୍ଥିକ ମାମଲାରେ କାହାରି ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଭାଗ୍ୟର ପୂରା ସହଯୋଗ ପଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
କୁମ୍ଭ: ପ୍ରଭୁ ଆରାଧନାରେ ମନ ଲଗାଇବେ। ରାଜନୀତିକ ଲୋକଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ।
ମୀନ: କାହାରି ଅଧିକ ଆଲୋଚନା କରନ୍ତୁ ନାହିଁ। ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ। ସନ୍ତାନ ପକ୍ଷରୁ ସୁଖଦ ଖବର ମିଳିବାର ଯୋଗ ଅଛି। ନୂଆ ଜମି କିଣିବାକୁ ମନସ୍ଥ କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ।