ରାଜ୍ୟରେ ଖୋଲିବ ୧୩୯ଟି ନୂଆ ସବ୍-ରେଜିଷ୍ଟ୍ରାର୍ ଅଫିସ
ରାଜ୍ୟରେ ଖୋଲିବ ୧୩୯ଟି ନୂଆ ସବ୍-ରେଜିଷ୍ଟ୍ରାର୍ ଅଫିସ । ଏହାଦ୍ୱାରା ସାଧାରଣ ଲୋକଙ୍କୁ ଜମି କିଣାବିକାରେ ଅଧିକ ସୁବିଧା ହେବ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଏହା ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଚଳିତ ଆର୍ଥିକ ବର୍ଷରୁ ନିଶ୍ଚିନ୍ତକୋଇଲି ତହସିଲଦାରଙ୍କୁ ଡେଜିଗନେଟେଡ୍ ସବ୍-ରେଜିଷ୍ଟ୍ରାର କ୍ଷମତା ଦିଆଯିବ ବୋଲି ସେ କହିଛନ୍ତି ।ଏଥିସହ ସୂଚନା ଦେଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧ହଜାର ନୂଆ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ବ୍ୟବସ୍ଥା କରୁଛନ୍ତି । ଆଜି ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ୩ଟି ରାଜସ୍ୱ ଗ୍ରାମ ଊରଜଙ୍ଗ, ପାଟଷୁରା ଓ ବ୍ରଜରାଜପାଟଣା ବାସିନ୍ଦାଙ୍କୁ ୨ହଜାର ଜମି ପଟ୍ଟା ବଣ୍ଟନ କରାଯାଇଛି । ଏଥିସହ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ତହସିଲ ଅଧୀନରେ ୪ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ନୂତନ ଗୃହ ଶିଳାନ୍ୟାnnସ ହୋଇଛି ।