ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା

ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୫ରୁ ୨୫ଭିତରେ ଯେକୌଣସି ତାରିଖରେ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚମାଧ୍ୟମକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା । ଡିସେମ୍ବର ୧୫ତାରିଖ ସୁଦ୍ଧା ପିଲମାନଙ୍କୁ ମିଳିବ ଆଡମିଟ୍‍ କାର୍ଡ । ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ୩୧ଯାଏଁ ହେବ । ଜାନୁଆରୀ ୨ରୁ ୧୫ଯାଏଁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ନଭେମ୍ବର ୨୯ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ଚଳିତ ଥର ମୋଟ ୧୩୪୯ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା ।

Leave a comment