ଜେଜେ ମା ହେଲେ ନମିତା ଅଗ୍ରୱାଲ
ଆପଣଙ୍କ ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ପରିବାର ପାଇଁ ଆଜି ଖୁସି ଖବର ଆସିଛି | ପ୍ରଥମେ ବୋହୂ, ତାପରେ ଶାଶୁ ଓ ଏବେ ଜେଜେ ମା ହୋଇଛନ୍ତି ନମିତା ଅଗ୍ରୱାଲ | ନମିତାଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଓ ବୋହୂ ତମ୍ମନାଙ୍କ ଔରସରୁ ପୁତ୍ର ସନ୍ତାନଟିଏ ଜନ୍ମ ହୋଇଛି | ଆଉ ଏନେଇ ଅଗ୍ରୱାଲ ପରିବାରରେ ଖୁସିର ମାହୋଲ ଖେଳିଯାଇଛି | ଖୋଦ ସିଦ୍ଧାର୍ଥ ଓ ତମନ୍ନା ଏନେଇ ସୂଚନା ଦେଇଥିବାବେଳେ ନମିତା ବି ନାରୀ ଜୀବନର ଆଉ ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇଛନ୍ତି |
ଉଲ୍ଲେଖ ଥାଉ କି ୨୦୨୪ ମସିହା ଜାନୁୟାରୀରେ ସିଦ୍ଧାର୍ଥ ଅଗ୍ରୱାଲ ଓ ଓଡ଼ିଆ ଅଭିନେତ୍ରୀ ତମନ୍ନା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | ସିଦ୍ଧାର୍ଥ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ସିଦ୍ଧାର୍ଥ ଅଗ୍ରୱାଲ ଦାୟିତ୍ୱ ସମ୍ଭାଳୁଥିବାବେଳେ ଓଡ଼ିଆ ସିନେମା ଜଗତରେ ବି ବେଶ ସୁନ୍ଦର ଭାବେ ଅଭିନୟ କରିଛନ୍ତି ତାଙ୍କ ପତ୍ନୀ ତମନ୍ନା | ତମନ୍ନା ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ଅଭିନେତ୍ରୀ ହୋଇଥିବାବେଳେ ଭାଇନା କଣ କଲା ସେ, ନିଝୁମ ରାତିର ସାଥି, ପ୍ରେମ କୁମାର, ବ୍ଲାକମେଲ, ସୁପର ବୟ ଭଳି ଫିଲ୍ମରେ ଅଭିନୟ କରିଥିଲେ | କିଛିଦିନ ତଳେ ନମିତା ମଧ୍ୟ ତାଙ୍କ ଘରକୁ ନୂଆ ଅତିଥି ଆସିବାର ଅଛି ବୋଲି ସୂଚନା ଦେଇଥିଲେ |