ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ହିମାଚଳ ପ୍ରଦେଶର ବିଳାସପୁରରେ ଭୂସ୍ଖଳନ ପରେ ମାଟି ଅତଡା ତଳେ ବସ ଫସିରହିବା ଘଟଣା । ବଡ଼ ଅଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟପୁ ହୋଇଥିବା ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାମ ଜାରି ରହିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାମରେ ଲାଗି ପଡିଛନ୍ତି । ମୃତ୍ୟୁର ଆଁ ଭିତରୁ ଜୀବନ ବଞ୍ଚାଇବାକୁ ଜୋରଦାର ଉଦ୍ୟମ ଚାଲିଛି ।

ସେପଟେ ଘଟଣାରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣା ଶୁଣି ମର୍ମାହତ ହୋଇଥିବା ବେଳେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ଏବଂ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି । ସେହିପରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ଯ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ଜଣାଇଛି । ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ମହାମହିମ ପ୍ରାର୍ଥନା କରିଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରି କହିଛନ୍ତି- ହିମାଚଳ ପ୍ରଦେଶର ବିଳାସପୁରରେ ଭୂସ୍ଖଳନ ଯୋଗୁଁ ଘଟିଥିବା ବସ୍ ଦୁର୍ଘଟଣା ଖବର ଶୁଣି ମୁଁ ଗଭୀର ଦୁଃଖିତ। NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଦୁର୍ଘଟଣାରେ ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ସମବେଦନା ପ୍ରକାଶ କରୁଛି।
ହିମାଚଳ ପ୍ରଦେଶ ମୁଖ୍ଯମନ୍ତ୍ରୀ ମଧ୍ଯ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।
Leave a comment