କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିବାର ପ୍ରାୟ ଗୋଟିଏ ବର୍ଷ ପରେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ଦିଆଯାଇଛି। କେଜ୍ରିୱାଲ୍ ନିଜକୁ ଏକ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ଦର୍ଶାଇ ଉପଯୁକ୍ତ ବାସଗୃହ ପାଇଁ ଅନୁରୋଧ କରିଥିଲେ। ଦିଲ୍ଲୀ ହାଇକୋର୍ଟ ତାଙ୍କ ଅନୁରୋଧକୁ ରକ୍ଷା କରି ୯୫ ଲୋଧି ଇଷ୍ଟେଟରେ ଏକ ଟାଇପ୍ ୭ ବା ସାତ ବଖରା ବିଶିଷ୍ଟ ବଳଙ୍ଗା ପ୍ରଦାନ କରିଛନ୍ତି।
ପୂର୍ବରୁ, ଆପ କେନ୍ଦ୍ର ସରକାରଙ୍କୁ ୩୫, ଲୋଧି ଇଷ୍ଟେଟରେ ଥିବା ବଙ୍ଗଳା ଦେବାକୁ ଅନୁରୋଧ କରିଥିଲା। ଯାହାକୁ ମାୟାବତୀ ବ୍ୟବହାର କରୁଥିଲେ। କିନ୍ତୁ ସେହି ବାସଭବନ ଜୁଲାଇରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ହସ୍ତାନ୍ତର କରାଯାଇଥିଲା।
ସୋମବାର ଦିନ, ସରକାର ଘର ଆବଣ୍ଟନ ବିଷୟରେ ସୂଚନା ଦେବା ପରେ ଆପ ନେତା ସୋମବାର ନୂତନ ଘରକୁ ଯାଞ୍ଚ କରିବା ପାଇଁ ଗସ୍ତ କରିଥିଲେ। କେଜ୍ରିୱାଲ୍ ତାଙ୍କ ନୂତନ ବାସଭବନକୁ ବୁଲିକି ଦେଖିଛନ୍ତି।