ଥରିଲା ଇଣ୍ଡୋନେସିଆ

ଆଜି ସକାଳୁ ସକାଳୁ ଇଣ୍ଡୋନେସିଆର ପଶ୍ଚିମ ପାପୁଆ ଅଞ୍ଚଳରେ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ପାପୁଆ । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଦୌଡି ଆସିଥିଲେ । ଏଯାବତ କୌଣସି ମୃତାହତ କିମ୍ବା ସୁନାମି ଚେତାବନୀ ରିପୋର୍ଟ ଆସିନାହିଁ ।

ଭୂମିକମ୍ପର ଗଭୀରତା ୧୦କିଲୋମିଟର ଥିଲା । ଏପରି ଭୂମିକମ୍ପ ଭୟଙ୍କର ହୋଇପାରେ । ସ୍ଥାନୀୟ କର୍ତ୍ତୃପକ୍ଷ ଉଦ୍ଧାରକାରୀ ଦଳକୁ ସତର୍କ ରହିବାକୁ କହିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ସକାଳେ ହୋଇଥିବା ଭୂମିକମ୍ପ ପରେ ପରବର୍ତ୍ତୀ ଝଟକା ହେବାର ସମ୍ଭାବନା ଅଧିକ ରହିଛି । ଜୀବନ ଏବଂ ଧନସମ୍ପତ୍ତିର କ୍ଷତିକୁ ଏଡାଇବା ପାଇଁ ଅଞ୍ଚଳର ପୁରୁଣା କୋଠା ଏବଂ ନିର୍ମାଣରୁ ଲୋକମାନାଙ୍କୁ ସ୍ଥାନାନ୍ତର କରାଯାଉଛି ।

Leave a comment