୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ, ଶାହରୁଖ ଖାନ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର
୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି । ଶାହରୁଖ ଖାନ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫିଲ୍ମ ‘ଜୱାନ’ ପାଇଁ ଶାହରୁଖଙ୍କୁ ଓ ’12th ଫେଲ୍’ପାଇଁ ବିକ୍ରାନ୍ତ ମେସିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ‘ମିସେସ୍ ଚାଟାର୍ଜୀ Vs ନରୱେ’ପାଇଁ ରାଣୀ ମୁଖାର୍ଜୀଙ୍କୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି ।
ଜାତୀୟ ପୁରସ୍କାର ବିଜେତାଙ୍କ ତାଲିକା।
ଶ୍ରେଷ୍ଠ ଅଭିନେତା – ଶାହରୁଖ ଖାନ (ଯବାନ) ଏବଂ ବିକ୍ରାନ୍ତ ମେସି (12th Fail)
ଶ୍ରେଷ୍ଠ ଅଭିନେତ୍ରୀ – ରାନୀ ମୁଖାର୍ଜୀ (ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ)
ଶ୍ରେଷ୍ଠ ନିର୍ଦ୍ଦେଶକ – ସୁଦୀପ୍ତୋ ସେନ୍ (ଦି କେରଳ ଷ୍ଟୋରୀ)
ଶ୍ରେଷ୍ଠ ଫିଚର ଫିଲ୍ମ – 12th Fail
ଶ୍ରେଷ୍ଠ ଷ୍ଟଣ୍ଟ କୋରିଓଗ୍ରାଫି – ହନୁମାନ (ତେଲୁଗୁ)
ଶ୍ରେଷ୍ଠ କୋରିଓଗ୍ରାଫି – ରକି ଅର ରାନୀ କି ପ୍ରେମ କାହାନି (ଢ଼ିଣ୍ଡୋରା ଗୀତ ପାଇଁ)
ଶ୍ରେଷ୍ଠ ସହ ଅଭିନେତା – ବିଜୟରାଘବନ୍ (ପୁକ୍କାଲମ୍), ମୁଥୁପେଟାଇ ସୋମୁ ଭାସ୍କର (ପାର୍କିଂ)
ଶ୍ରେଷ୍ଠ ସହ ଅଭିନେତ୍ରୀ – ଉର୍ବଶୀ (ଉଲ୍ଲୋଜୁକ୍କୁ), ଜାନକୀ ବୋଦିୱାଲା (ବସ୍)
ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର – ପାର୍କିଂ।
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର – ଭଗବନ୍ତ କେଶରୀ।
ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର – ଶ୍ୟାମଚି ଆଏ।
ଶ୍ରେଷ୍ଠ ମାଲାୟାଲମ୍ ଚଳଚ୍ଚିତ୍ର – ଉଲ୍ଲୋଜୁକ୍କୁ।
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର – କଟହଲ୍।
ଶ୍ରେଷ୍ଠ ଗୁଜୁରାଟୀ ଚଳଚ୍ଚିତ୍ର – ବଶ୍।
ଶ୍ରେଷ୍ଠ ବଙ୍ଗାଳୀ ଚଳଚ୍ଚିତ୍ର – ଡିପ୍ ଫ୍ରିଜ୍।