ଆଜିର ରାଶିଫଳ
ମେଷ: ରବିବାର ଆର୍ଥିକ ସ୍ଥିତି ଭଲ ହେବ। ସୋମ ଓ ମଙ୍ଗଳବାର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ପରିବେଶ ଆନନ୍ଦମୟ ରହିବ। ଶନିବାର ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ।
ବୃଷ: ରବିବାର ଭାଗ୍ୟର ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର ନୂଆ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ବୁଧ, ଗୁରୁ ଓ ଶୁକ୍ରବାର ଭଲ କାମ ପାଇଁ ସମ୍ମାନିତ ହେବେ। ଶନିବାର ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ।
ମିଥୁନ: ରବିବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ସୋମ ଓ ମଙ୍ଗଳବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ବୁଧ, ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଶନିବାର ଶତ୍ରୁ ଦବି ରହିବେ।
କର୍କଟ: ରବିବାର ଆୟରେ ବୃଦ୍ଧି ହେବ। ସୋମ ଓ ମଙ୍ଗଳବାର କ୍ୟାରିୟର୍ ବିଷୟରେ ସଠିକ୍ ବିଚାର କରିବେ। ବୁଧ, ଗୁରୁ ଓ ଶୁକ୍ରବାର ପାରିବାରିକ ଜୀବନ ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ରହିବ। ଶନିବାର ପ୍ରେମରେ ସଫଳତା ପାଇବେ।