ଦିଲ୍ଲୀପ ନାୟକ ନିମାପଡ଼ା ଆସନରେ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଥିଲେ। ଏହାପୂର୍ବରୁ ସେ କଟକ ଜିଲ୍ଲାରେ ବିଜେଡିର ନେତା ଭାବେ ପରିଚିତ ଥିଲେ। ୨୦୨୪ ଏପ୍ରିଲରେ ଦିଲ୍ଲୀପ ନାୟକ ଶତାଧିକ ଭାଜପା କର୍ମକର୍ତ୍ତାଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ।
ବିଜେଡିର ପ୍ରମୁଖ ନେତା ଏବଂ ନିମାପଡ଼ା ବିଧାନସଭା ଆସନରେ ପାର୍ଟିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଆଜି ଆର୍ଥିକ ଅପରାଧ ପୁଲିସ (EOW) ଉଠାଇନେଇଛି। କଟକ ଜିଲାର ବାଦାମବାଡ଼ି ଅଞ୍ଚଳସ୍ଥିତ ତାଙ୍କ ନିବାସରେ EOWର ଦଳ ରେଡ କରିଥିଲେ । ପଚରାଉଚରା ଓ କାଗଜପତ୍ର ଯାଞ୍ଚ କରିବା ପରେ ସେମାନେ ନାୟକଙ୍କୁ ଉଠାଇନେଇଛନ୍ତି ।
ସୂଚନା ମୁତାବକ ଅନୁଯାୟୀ, ଦିଲ୍ଲୀପ ନାୟକଙ୍କ ବାଦାମବାଡି ଘରେ ରେଡ ପରେ EOW ତାଙ୍କୁ ଉଠାଇନେଇଛି। ତେବେ ତାଙ୍କ ଘରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ ଚାଲିଥିଲା। ତାଭ୍କୁ ପଚରାଉଚରା ଓ କାଗଜପତ୍ର ଯାଞ୍ଚ ପରେ ତାଙ୍କୁ EOW ଉଠାଇନେଇଛି।