ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବିଦ୍ୟାଳୟରେ ଭଗବତ ଗୀତାର ଶ୍ଲୋକ ଗାନ କରିବେ ଛାତ୍ରଛାତ୍ରୀ । ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ ଭଗବତ ଗୀତାର ପଠନ ଓ ମହତ୍ତ୍ବର ଚର୍ଚ୍ଚା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସିତାଂଶୁ ଶେଖର ମହାପାତ୍ର । ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
- ଗୀତା କର୍ମଯୋଗ, ଭକ୍ତିୟୋଗ, ଜ୍ଞାନୟୋଗ ଏବଂ ଧ୍ୟାନୟୋଗର ଶିକ୍ଷା ପ୍ରଦାନ କରେ। ଏହା ଆତ୍ମା, ପରମାତ୍ମା ଏବଂ ମାୟାର ସମ୍ପର୍କ ବୁଝାଏ।
- ଉଦାହରଣ: ଅଧ୍ୟାୟ ୨ରେ ସ୍ରୀକୃଷ୍ଣ ଅର୍ଜୁନଙ୍କୁ କହନ୍ତି, “ଆତ୍ମା ଅବିନାଶୀ” – ଏହା ମୃତ୍ୟୁର ଭୟକୁ ଦୂର କରି ଆତ୍ମ-ବିଶ୍ୱାସ ବୃଦ୍ଧି କରେ।
୨. ମାନସିକ ଶାନ୍ତି ଏବଂ ଚିନ୍ତା ହ୍ରାସ
- ଏହା ଷ୍ଟ୍ରେସ, ଅସ୍ଥିରତା ଏବଂ ନିରାଶାର ସମାଧାନ ବାଟ ବତାଏ । ନିୟମିତ ପଠ଼ନ ମାନସିକ ସ୍ଥିରତା ଆଣେ।