ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଲେ ଅଭିନେତ୍ରୀ କରିସ୍ମା ଶର୍ମା , ଜାଣନ୍ତୁ କାରଣ
ଛୋଟପରଦା ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ନାମ ସୃଷ୍ଟି କରିଥିବା ଅଭିନେତ୍ରୀ କରିସ୍ମା ଶର୍ମାଙ୍କ ବିଷୟରେ ଏକ ବଡ଼ ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସୁଛି। ସେ ବୁଧବାର ମୁମ୍ବାଇର ଏକ ଚଳନ୍ତା ଲୋକାଲ ଟ୍ରେନରୁ ଡେଇଁ ପଡ଼ିଥିଲେ, ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା। ଏବେ ସେ ହସ୍ପିଟାଲରେ ଅଛନ୍ତି, ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।କରିସ୍ମା ମୁମ୍ବାଇର ଲୋକାଲ ଟ୍ରେନ୍ରେ ଚର୍ଚ୍ଚଗେଟ୍ ଯାଉଥିଲେ। ଏହା ପରେ ସେ ଚଳନ୍ତା ଟ୍ରେନ୍ରୁ ଡେଇଁ ପଡିଥିଲେ। ତାଙ୍କ ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଛି। ଅଭିନେତ୍ରୀ ଏପରି କାହିଁକି କଲେ ତାହା ଏବେ ସାମ୍ନାକୁ ଆସିଛି। ନିଜେ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓହ୍ଲାଇବା ସମୟରେ ସେ ଶାଢ଼ି ପିନ୍ଧିଥିଲେ।ସେ ଆହୁରି ଲେଖିଛନ୍ତି, ମୋର ପିଠିରେ ଆଘାତ ଲାଗିଛି। ମୋ ମୁଣ୍ଡ ଫୁଲିଯାଇଛି, ଏବଂ ମୋ ଶରୀରରେ ଅନେକ କ୍ଷତଚିହ୍ନ ଅଛି। ମୁଣ୍ଡରେ କୌଣସି ଗମ୍ଭୀର ଆଘାତ ଅଛି କି ନାହିଁ ତାହା ଜାଣିବା ପାଇଁ ଡାକ୍ତରମାନେ MRI କରିବାକୁ ପରାମର୍ଶ ଦେଇଛନ୍ତି। ମୋତେ ଗୋଟିଏ ଦିନ ପାଇଁ ଅବଜରଭେସନରେ ରଖାଯାଇଛି। ଗତକାଲିଠାରୁ ମୁଁ ଯନ୍ତ୍ରଣା ଅନୁଭବ କରୁଛି, କିନ୍ତୁ ମୁଁ ଠିକ୍ ଅଛି। ଦୟାକରି ମୋର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ମୋତେ ଆପଣଙ୍କର ଭଲପାଇବା ପଠାନ୍ତୁ। ଏହା ମୋ ପାଇଁ ବହୁତ ମୂଲ୍ୟବାନ।
କରିସ୍ମାଙ୍କର ଜଣେ ବନ୍ଧୁ ହସ୍ପିଟାଲରୁ ତାଙ୍କର ଫଟୋ ଶେୟାର କରି ତାଙ୍କ ଅବସ୍ଥା ବିଷୟରେ କହିଛନ୍ତି। ଫଟୋରେ, କରିସ୍ମାଙ୍କ ଆଖି ବନ୍ଦ ଅଛି । ବନ୍ଧୁ ଲେଖିଛନ୍ତି, ଏହା ଘଟିଲା ବିଶ୍ୱାସ ହେଉନାହିଁ। ମୋ ବନ୍ଧୁ ଟ୍ରେନରୁ ପଡ଼ିଗଲା ଏବଂ ତା’ର କିଛି ମନେ ନାହିଁ। ତାଙ୍କୁ ତଳେ ପଡ଼ିଥିବା ଦେଖି ତୁରନ୍ତ ଏଠାକୁ ଆଣିଲୁ। ଡାକ୍ତରମାନେ ବର୍ତ୍ତମାନ ତାଙ୍କୁ ପରୀକ୍ଷା କରୁଛନ୍ତି। ଦୟାକରି ଆପଣଙ୍କ ପ୍ରାର୍ଥନାରେ ତାଙ୍କୁ ମନେ ରଖନ୍ତୁ ବୋଲି ଲେଖିଛନ୍ତି।