ହ୍ରାସ ପାଇଲା ସୁନା ଦର

ପାର୍ବଣ ପୂର୍ବରୁ ହୁ ହୁ ହୋଇ ବଢୁଛି ସୁନା ଦର। । ପ୍ରଥମ ଥର ପାଇଁ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ଲକ୍ଷ ଟଙ୍କା ଟପି ୧ଲକ୍ଷ ୧ହଜାର ୧୦୦ଟଙ୍କାରେ ପହଞ୍ଚି ଯାଇଛି । ଏହି ଦାମ ଆହୁରି ବଢ଼ିପାରେ ବୋଲି ମଧ୍ୟ ଆକଲନ କରାଯାଉଛି। କିଛିଦିନ ହେବ କ୍ରମାଗତ ଭାବେ ଦେଶରେ ସୁନାଦର ବୃଦ୍ଧି ପାଉଥିବା ବେଳେ ଗୁରୁବାର ସେପ୍ଟେମ୍ବର ୧୧ ତାରିଖରେ ଏହାର ଦର ହ୍ରାସ ପାଇଛି।

୨୪ କ୍ୟାରେଟର ୧୦ଗ୍ରାମ ସୁନା ମୂଲ୍ୟ  ୧,୦୯,୬୩୫ ଟଙ୍କା ଥିବା ବେଳେ ଗୁରୁାବାର ଦର ହ୍ରାସ ପାଇ ୧,୦୯,୨୨୩ଟଙ୍କାରେ ପହଞ୍ଚି ଯାଇଛି।   ଏହି କ୍ରମରେ ଦେଖିବାକୁ ଗଲେ ୧୦ଗ୍ରାମର ୨୨କ୍ୟାରେଟ ସୁନା ମୂଲ୍ୟ  ୧,୦୬,୬୦୦ଟଙ୍କା, ୨୯ କ୍ୟାରେଟ ସୁନା ମୂଲ୍ୟ ୯୭, ୨୧୦ଟଙ୍କା, ୧୮ କ୍ୟାରେଟର ସୁନା ମୂଲ୍ୟ ୮୮, ୪୭୦ ଓ ୧୪ କ୍ୟାରେଟର ସୁନା ମୂଲ୍ୟ ୭୦, ୪୫୦ଟଙ୍କାକୁ ଖସି ଆସିଛି।

ରୁପାର ଦର କଥା କହିବାକୁ ଗଲେ ଗୁରୁବାର  ୧କିଲୋ ରୁପାର ମୂଲ୍ୟ ୧,୨୪, ୨୬୭ଟଙ୍କାରେ ପହଞ୍ଚିଛି।

ଚଳିତ ବର୍ଷ ଜାନୁଆରିରୁ ବର୍ତ୍ତମାନ ମଧ୍ୟରେ ସୁନା ଦର ୩୦ହଜାର ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ସୁନା ଦର ବଢ଼ିବାର ୫ଟି ପ୍ରମୁଖ କାରଣ ହେଉଛି ଟ୍ରମ୍ପଙ୍କ ଅନିଶ୍ଚିତ ଟାରିଫ ନୀତି । ବାଣିଜ୍ୟ ଯୁଦ୍ଧ ଡରରେ ଲୋକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି ।

Leave a comment