ଜେଲରେ ଫର୍ଣ୍ଣିଚର ଏବଂ କାଗଜ ବ୍ୟାଗ ତିଆରି କରୁଥିଲେ – ସଞ୍ଜୁ ବାବା

ସଂଜୟ ଦତ୍ତ ନିକଟରେ ତାଙ୍କ ଘନିଷ୍ଠ ବନ୍ଧୁ ସୁନୀଲ ସେଟ୍ଟୀଙ୍କ ସହ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ସୋ’ରେ ନଜର ଆସିଥିଲେ। ଏହି ସମୟରେ ସଞ୍ଜୁ ବାବା ଜେଲରେ କଟିଥିବା ଦିନଗୁଡ଼ିକ ବିଷୟରେ ଖୋଲାଖୋଲି ଭାବେ କହିଥିଲେ।

୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ସଂଜୟ ଦତ୍ତ ୫ ବର୍ଷ ଜେଲରେ ବିତାଇଥିଲେ। ସଞ୍ଜୟ ନିକଟରେ ତାଙ୍କ ଜେଲ୍ ଜୀବନର ଏକ ଅଭୁଲା ସ୍ମୃତିଙ୍କୁ ବଖାଣିଛନ୍ତି।

ସଂଜୟ ଦତ୍ତ ଜେଲ ଜୀବନକୁ ମନେ ପକାଇ କହିଛନ୍ତି, ‘ବନ୍ଦୀ ଥିବା ସମୟରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ମୋର ବଢ଼ିଯାଇଥିବା ଦାଢ଼ି କାଟିବାକୁ କହିଥିଲେ ଏବଂ ମିଶ୍ରା ନାମକ ଜଣେ କଏଦୀଙ୍କୁ ଏହି କାମ ଦେଇଥିଲେ।

ଦାଢ଼ି କାଟୁଥିବା ସମୟରେ ମୁଁ ମିଶ୍ରାଙ୍କ ସହିତ କଥା ହେବା ସମୟରେ ସେ କେତେ ଦିନହେବ ଜେଲରେ ଅଛନ୍ତି ବୋଲି ପଚାରିଥିଲି। ମୋ ପ୍ରଶ୍ନର ଉତ୍ତର ଦେଇ ମିଶ୍ରା କହିଥିଲେ ୧୫ ବର୍ଷ ହୋଇଗଲାଣି ମୁଁ ଏଠାରେ ଅଛି।

ଏହାପରେ ମୁଁ ତାଙ୍କୁ ପଚାରିଥିଲି ଯେ ଆପଣ କେଉଁ ଅପରାଧ ପାଇଁ ଜେଲରେ ଅଛନ୍ତି।  ସେ ଉତ୍ତର ଦେଇଥିଲେ ‘ଡବଲ ମର୍ଡର’। ତାଙ୍କ ମୁଖରୁ ମୁଁ ଏକଥା ଶୁଣି ମିଶ୍ରାଙ୍କ ହାତକୁ ମୁଁ ତୁରନ୍ତ ଧରି ପକାଇ କହିଥିଲି କ୍ଷୌର ସେତିକି ଥାଉ ଭାଇ।

ଜେଲରେ ଥିବା ସମୟରେ ମୁଁ ଫର୍ଣ୍ଣିଚର ଏବଂ କାଗଜ ବ୍ୟାଗ ତିଆରି କରୁଥିଲି। ଏହି କାମ ପାଇଁ ମୋତେ ଦରମା ମଧ୍ୟ ମିଳୁଥିଲା। ଏହା ବ୍ୟତୀତ ମୁଁ ମୋ ସାଥୀ କଏଦୀମାନଙ୍କ ପାଇଁ ରେଡିଓ ୱାଇସିପି ଆରମ୍ଭ କରି ସ୍କ୍ରିପ୍ଟ ମଧ୍ୟ ଲେଖୁଥିଲି। ଏମିତି କି ଜେଲରେ ଏକ ଡ୍ରାମା କମ୍ପାନି ମଧ୍ୟ ଗଠନ କରିଥିଲି। ଯାହାର ମୁଁ ନିର୍ଦ୍ଦେଶକ ଥିଲି।’

ମୋ ଜୀବନରେ ଆଜି ପର୍ଯ୍ୟନ୍ତ ଘଟିଥିବା ଗୋଟିଏ ଘଟଣାକୁ ଛାଡ଼ି ଦେଲେ ମୁଁ ଅନ୍ୟ କୌଣସି ଘଟଣା ପାଇଁ ଦୁଃଖ କରେ ନାହିଁ। ସେ ଦୁଃଖଟି ହେଉଛି ବହୁତ ଶୀଘ୍ର ମୁଁ ମୋ ବାପା ଓ ମା’ଙ୍କୁ ହରାଇ ଦେଇଛି

Leave a comment