ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌ ଜାରି

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲୁକ୍‌ଆଉଟ୍‌ ସର୍କୁଲାର ନୋଟିସ୍‌ (LOC) ଜାରି କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ଶିଳ୍ପାଙ୍କୁ ଏହି ନୋଟିସ୍‌ ହୋଇଛି। ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପାଙ୍କୁ ଲୁକ୍‌ଆଉଟ ସର୍କୁଲାର ନୋଟିସ୍‌ ଜାରି କରିଛି ମୁମ୍ବାଇ ପୋଲିସ।ଜଣେ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଦମ୍ପତିଙ୍କୁ ନୋଟିସ୍‌ ଜାରି କରାଯାଇଛି। ଜଣେ ଅଧିକାରୀ କହିଛନ୍ତି, ଏହି ଦମ୍ପତି ବାରମ୍ବାର ଅନ୍ତର୍ଜାତୀୟ ଯାତ୍ରା କରୁଥିବାରୁ ସହର ପୋଲିସର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଏଲଓସି ଜାରି କରାଯାଇଛି। ଠକେଇ ଅଭିଯୋଗରେ ଅଗଷ୍ଟ ୧୪ରେ ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଜୁହୁ  ଥାନାରେ  ଏକ ମାମଲା ରୁଜୁ କରାଯାଇଥିଲା।ଲୁକ୍ଆଉଟ୍ ସର୍କୁଲାର ହେଉଛି ଜଣେ ବ୍ୟକ୍ତିଙ୍କୁ ଦେଶ ଛାଡିବାକୁ ବା ସେମାନଙ୍କ ଗତିବିଧିକୁ ଟ୍ରାକ୍ କରିବା ପାଇଁ ବ୍ୟବହୃତ ଏକ ଯନ୍ତ୍ର, ସାଧାରଣତଃ ଇମିଗ୍ରେସନ୍ ଏବଂ ସୀମା ନିୟନ୍ତ୍ରଣ ପଏଣ୍ଟଗୁଡ଼ିକୁ ସତର୍କ କରାଇବା।

Leave a comment