ବଦଳିବ ଚେହେରା, ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର

୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ବଦଳିବ ରୂପ, ରଂଗ,  । ବଦଳିବ ସହରର ଢ଼ାଞ୍ଚା ।  ବେପାର, ବଣିଜ, ଶିଳ୍ପ ବୃଦ୍ଧି ପାଇବ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱରକୁ ନେଇ ବଢିଛି ଉତ୍କଣ୍ଠା । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର ହେବ ।

ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତ ଦାୟିତ୍ୱ ନେଇଛନ୍ତି । ଦୋଲେରା ଗିଫ୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି । ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଓପନ ସ୍ପେସ, ଅର୍ଥନୈତିକ ଆକ୍ଟିଭିଟି ବ୍ୟବସ୍ଥା ରହିଛି ।

ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାର ଡିପିଆର ସିଙ୍ଗାପୁର ସରକାର ବନାଉଥିବା ବେଳେ, ଆବଶ୍ୟକ ଅର୍ଥ ମଧ୍ୟ ସେମାନଙ୍କୁ ଦିଆଯାଇଛି । ଆସନ୍ତା ଏକ ମାସରୁ ଦୁଇ ମାସ ଭିତରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର । ସହର ବୃଦ୍ଧି ସହ ସହରକୁ ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରାଯାଉଛି ।

Leave a comment