ଟ୍ରମ୍ପଙ୍କ ଫୋନ ଉଠାଉନାହାନ୍ତି ମୋଦୀ

ଜର୍ମାନ ଖବରକାଗଜ ଫ୍ରାଙ୍କଫର୍ଟର ଅଲଗେମାଇନରେ ବାହାରିଥିବା ଏକ ଆଲ୍ଲେଖ୍ୟ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି। ଖବରକାଗଜରେ ଲେଖା ଯାଇଥିଲା ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାରିଥର ଫୋନ୍ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୋଦୀଙ୍କ ତ‌ାଙ୍କ କଲ୍‌ ଉଠାଇ ନଥିଲେ।

ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଯେଉଁ ଲଜ୍ଜାଜନକ ଉପାୟରେ ଉପମହାଦ୍ବୀପକୁ ଏହାର ଅର୍ଥନୀତି ଖୋଲିବାକୁ ବାଧ୍ୟ କରିବାକୁ ଚେଷ୍ଟା କରୁଛନ୍ତି ତାହା ଭାରତର ମୁଖିଆଙ୍କୁ ଅତୀତର ଏକ ତିକ୍ତ ଅଭିଜ୍ଞତାକୁ ମନେପକାଇ ଦେଉଛି। କେବଳ ସେତିକି ନୁହେଁ; ଟ୍ରମ୍ପ ଭାରତ ପରି ଏକ ରାଷ୍ଟ୍ରକୁ ‘ମୃତ ଅର୍ଥ‌ନୈତିକ ବ୍ୟବସ୍ଥ’ ବୋଲି କହିଛନ୍ତି। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ, ଟ୍ରମ୍ପ୍‌ଙ୍କ ଉପରେ ରାଗି ତାଙ୍କ ଫୋନ୍‌ ଉଠାଉ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଆମେରିକୀୟ ନେତାଙ୍କ ସହ କଥା ହେବାକୁ ମନା କରିଦେଇଛନ୍ତି। ଗତ ମେ ମାସରେ ପାକିସ୍ତାନ ସହିତ ସଂଘର୍ଷ ସମୟରେ ମଧ୍ୟ ମୋଦୀ ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ କଥା ହୋଇନଥିଲେ ।  ଏକ ଘଟଣାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ କହିଥିଲେ ଯେ ଅସ୍ତ୍ରବିରତିର ଗୋଟିଏ ଦିନ ପୂର୍ବରୁ, ମେ ୯ ତାରିଖ ରାତିରେ, “ଆମେରିକୀୟ ଉପରାଷ୍ଟ୍ରପତି ମୋ ସହିତ ୩-୪ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୁଁ ସାମରିକ ବାହିନୀ ସହିତ ବୈଠକରେ ବ୍ୟସ୍ତ ଥିଲି। ତେବେ ପରେ ସେ ଭାନ୍ସଙ୍କ ସହ କଥା ହୋଇଥିଲେ ।”

Leave a comment