ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କର ସମ୍ମିଳନୀରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି, ଶସ୍ତାରେ ହେଲିକାପ୍ଟରରେ ବୁଲିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଇଛନ୍ତି ହେଲିଟାକ୍ସି ଯୋଜନା ହେଲିଟାକ୍ସି ଯୋଗେ ସାଧାରଣ ଲୋକ କମ ଖର୍ଚ୍ଚରେ ହେଲିକପ୍ଟରରେ ଉଡ଼ିପାରିବେ | ଭୁବନେଶ୍ୱରରୁ ,ପୁରୀ, କୋଣାର୍କ, ଚିଲିକା, ତାରାତାରିଣୀ ଏବଂ ଗୋପାଳପୁର ଯାଇପାରିବେ ସାଧାରଣ ଲୋକ। ଝାରସୁଗୁଡ଼ା ଓ ରାଉରକେଲା ଏୟାରଲାଇନକୁ ଶୀଘ୍ର ଚାଲୁ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ସେ ନିବେଦନ କରିଛନ୍ତି।
ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆହୁରି କହିଛନ୍ତି, ପୁରୀରେ ଏୟାରପୋର୍ଟ ଲାଗି ରାଜ୍ୟ ସରକାର ଜମି ଯୋଗାଇଦେଇଛନ୍ତି। ପରିବେଶ ମଞ୍ଜୁରୀ ମଧ୍ୟ ମିଳିଛି। କେନ୍ଦ୍ର ମନ୍ତ୍ରୀ ଚାହିଁଲେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ।
ଏଣେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଗତ ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି। ଏବେ ଦେଶର ଅନେକ ଛୋଟ ଛୋଟ ସହରରେ ମଧ୍ୟ ବିମାନବନ୍ଦର ନିର୍ମିତ ହୋଇଛି। ବିକଶିତ ଭାରତ ୨୦୪୭ ସୁଦ୍ଧା ଦେଶରେ ୩୫୦ ନୂଆ ଏୟାରପୋର୍ଟ କରିବା ନେଇ ଯୋଜନା ରଖିଛୁ। ଯାହାଦ୍ୱାରା ଆସନ୍ତା ୧୦ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି କରିବା ନେଇ ଲକ୍ଷ୍ୟ ରହିଛି।
ଭୁବନେଶ୍ବରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କର ସମ୍ମିଳନୀ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଶିଳ୍ପପତିମାନେ ଯୋଗଦେଇଛନ୍ତି । ପୂର୍ବ ଭାରତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଥିବା ଆହ୍ବାନ ଉପରେ ବିଚାର ବିମର୍ଷ କରୁଛନ୍ତି ।
ଓଡ଼ିଶା ସମେତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର କେନ୍ଦ୍ରଶାସିତ ଅଞ୍ଚଳ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିମାନ ଚଳାଚଳ ପ୍ରତିନିଧିମଣ୍ଡଳୀ, ଏଏଆଇ, ଡିଜିସିଏ, ବିସିଏଏସ୍, ମନ୍ତ୍ରଣାଳୟ ଅଧିକାରୀ ଯୋଗଦେଇ ବିମାନବନ୍ଦର ଏବଂ ହେଲିପୋର୍ଟ ବିକାଶ, ଉଡ଼ାନ ଯୋଜନା ଏବଂ ଆଞ୍ଚଳିକ ସଂଯୋଗୀକରଣ, ବିମାନ ଚଳାଚଳରେ ଦକ୍ଷତା ବିକାଶ, ଡ୍ରୋନ୍ ପରିଚାଳନା ଏବଂ ହେଲିକପ୍ଟର ଜରୁରୀକାଳୀନ ଚିକିତ୍ସା ସେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା ଚାଲିଛି ।