ଜାହ୍ନବୀଙ୍କ କାଷ୍ଟିଂ, ପ୍ରଶ୍ନ ଉଠାଇଛନ୍ତି ପବିତ୍ରା ମେନନ୍‌

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆସନ୍ତା ୨୯ରେ ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ୍‌ ହେବାକୁ ଥିବାବେଳେ ଗତ ୧୨ରେ ଏହାର ଟ୍ରେଲରକୁ ଜାରି କରାଯାଇଥିଲା। ଟ୍ରେଲରରେ ଜାହ୍ନବୀଙ୍କୁ ଜଣେ ମାଲୟାଲୀ ଯୁବତୀଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ତେବେ ଟ୍ରେଲର ରିଲିଜ୍‌ ହେବା ପରେ ଫିଲ୍ମରେ ଜାହ୍ନବୀଙ୍କ କାଷ୍ଟିଂକୁ ନେଇ ମାଲୟାଲୀ ଅଭିନେତ୍ରୀ ତଥା ଟିଭି ହୋଷ୍ଟ ପବିତ୍ରା ମେନନ୍‌ ପ୍ରଶ୍ନ ଉଠାଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ‘ପରମ ସୁନ୍ଦରୀ’ର ନିର୍ମାତାଙ୍କ ଉପରେ ବର୍ଷିଛନ୍ତି। ଭିଡିଓରେ ପବିତ୍ରା କ୍ରୋଧିତ ହୋଇ କହୁଛନ୍ତି, ”ମୁଁ ଜଣେ ମାଲୟାଲୀ। ‘ପରମ ସୁନ୍ଦରୀ’ ଫିଲ୍ମର ଟ୍ରେଲର ଦେଖିବା ପରେ ମୁଁ ବୁଝିପାରୁନାହିଁ ଏପରି ଫିଲ୍ମରେ କାହିଁକି ଜଣେ ପ୍ରକୃତ ମାଲୟାଲୀ ଅଭିନେତ୍ରୀଙ୍କୁ କାଷ୍ଟ କରାଯାଉ ନାହିଁ।“ ମାଲୟାଲୀ ଅଭିନେତ୍ରୀମାନେ କ’ଣ କମ୍‌ ପ୍ରତିଭାଶାଳୀ କି ବୋଲି ସେ ନିଜର ଅନୁଗାମୀଙ୍କୁ ପ୍ରଶ୍ନ କରିଛନ୍ତି। ମାଲୟାଲୀ ଅଭିନେତ୍ରୀମାନେ ମଧ୍ୟ ଭଲ ହିନ୍ଦୀ କହିପାରନ୍ତି। ଏହାସତ୍ତ୍ୱେ ମଧ୍ୟ ବଲିଉଡ୍‌ ଫିଲ୍ମରେ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳୁ ନ ଥିବା ପବିତ୍ରା ଅଭିଯୋଗ ଆଣିଛନ୍ତି।

Leave a comment