ଆଜିର ରାଶିଫଳ

ମେଷ: ବିନୟ ଭାବ ପ୍ରକାଶ କରିପାରନ୍ତି। ମାତ୍ର ମନରେ କପଟତା ପୂରି ରହିଥାଏ। ସାଧୁମାନଙ୍କୁ ସହଜରେ ବିଶ୍ବାସକୁ ଆଣିପାରନ୍ତି ନାହିଁ। ଧନବାନ୍‌ ହେବେ। ଅର୍ଜିତ ଓ ଅନୁଦାନ ଅର୍ଥ ବଳରେ ବଳୀୟାନ ହେବେ।

ବୃଷ: ଧନାଢ଼୍ୟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ଗୋଦାନ କରି ଧର୍ମ ଅର୍ଜନ କରିପାରନ୍ତି। ଦୀନ, ଦରିଦ୍ରମାନଙ୍କୁ ବସ୍ତ୍ର, ଆଚ୍ଛାଦନ ଓ ଅନ୍ନପାନ୍ନାଦି ଦାନ କରି ସବୁରି ମୁହଁରେ ପ୍ରଶଂସାର ପାତ୍ର ହେବେ।

ମିଥୁନ: କିଛିଟା ଅନିଷ୍ଟ ସଂଘଟିତ ହୋଇପାରେ। ସ୍ନେହ, ମମତା ଦେଇ ପାଳନ, ପୋଷଣ କରିଥିବା ବ୍ୟକ୍ତିଙ୍କଠାରୁ ସହାୟତା ମିଳିବ। ସତର୍କରେ ଚଳିବାକୁ ପଡ଼ିବ। ପରୋପକାର ଲାଗି ସୁନାମ ଅର୍ଜନ କରିବେ।

କର୍କଟ: ମନୋହାରିଣୀ ପତ୍ନୀଙ୍କଠାରୁ ପ୍ରତ୍ୟେକ କ୍ଷେତ୍ରରେ ସୁପରାମର୍ଶ ମିଳିବ। ​‌େ​‌ସହି ସୌଭାଗ୍ୟଯୁକ୍ତା ପତ୍ନୀ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିପାରନ୍ତି। ସେ କଳ ରହିତା ଓ ସଂଯତା ଅଟନ୍ତି। ନୀତିନିଷ୍ଠ ଓ କର୍ମଠ ହେବେ।

ସିଂହ: ପୁତ୍ରର ପାରଦର୍ଶିତା ପାଇଁ ଗର୍ବ ଅନୁଭବ କରିବେ। ବନ୍ଧୁମାନଙ୍କର ପ୍ରଶଂସାଭାଜନ ହେବେ। ପୁତ୍ର, ବନ୍ଧୁ ଉଭୟଙ୍କ ସହ ଯୋଗରେ ଶତ୍ରୁତାର ବିନାଶ ଘଟାଇ ପାରନ୍ତି। ପତ୍ନୀଙ୍କ ପରିଶ୍ରମରୁ ଧନାଗମ ହେବ।

କନ୍ୟା: କନ୍ୟାମାନେ ପତିପ୍ରାଣା, ଶାନ୍ତ, ଶିଷ୍ଟ ଓ ଅଶେଷ ଗୁଣର ଅଧିକାରୀ ହେବେ। ସୁବକ୍ତ ଭାବେ ଖ୍ୟାତିସମ୍ପନ୍ନ ହେବେ। ପିତୃ, ମାତୃ ସେବା ବ୍ରତ ଆଚରଣ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ପ୍ରତିପାଦିତ ହେବେ।

ତୁଳା: ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ହାସ୍ୟରସ ପୂର୍ଣ୍ଣ ବ୍ୟବହାର କରି ସବୁରି ପ୍ରିୟପାତ୍ର ହେବେ। ଅନୁକୀର୍ତ୍ତନରୁ ସୁଖ ଅନୁଭବ କରିପାରନ୍ତି। ପରିବେଶକୁ ମୁକ୍ତ ରଖିବା ପାଇଁ ସତତ ଚେଷ୍ଟିତ ହେବେ।

ବିଛା: ଦୁଷ୍ଟ, ମ୍ଲେଚ୍ଛ, ନିଷ୍ଠୁର, କୃତଘ୍ନ, ନିର୍ଲଜ ଓ ପାପୀମାନଙ୍କୁ ଦୂରୁ ଜୁହାର କରି ଆଶ୍ବାସନା ବାଣୀରେ ପାଖରୁ ବିଦା କରିବା ଉଚିତ। ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହୋଇ ନିଷ୍ଠାପର କର୍ମରୁ ଧନ ଅର୍ଜନ କରିପାରନ୍ତି।

ଧନୁ: ସ୍ଥିର ସମ୍ପତ୍ତିରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ କାର୍ଯ୍ୟରେ ଧନ ସହିତ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ରସାୟନ ବିଷୟ ଓ ଧର୍ମକ୍ରିୟାରୁ ମଧ୍ୟ ଲାଭବାନ୍‌ ହେବେ। ସ୍ଥିରମନା ଓ ନିଷ୍କପଟ ହେବେ।

ମକର: ଗୁରୁ ଓ ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିଲେ ବି ଅନ୍ତଃକପଟ ଲାଗି ରହିଥାଏ। ଆସ୍ତିକ ମନୋବୃତ୍ତିର ହୋଇଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ବେଳେବେଳେ ନାସ୍ତିକଭାବ ପ୍ରକାଶ କରିପାରନ୍ତି।

କୁମ୍ଭ: ଦେବ ଆରାଧନାରେ ମଜ୍ଜି ରହିବେ। ଦେବତା, ବ୍ରାହ୍ମଣ, ସିଦ୍ଧ ସାଧୁ, ତପସ୍ବୀ ଶାସ୍ତ୍ରାଦି ଅଭ୍ୟାସ ଓ ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପାରନ୍ତି। ଉଚ୍ଚମନା ହେବେ। ନିଜ ନିଷ୍ପତ୍ତିରେ ଅଟଳ ରହି ସେବା କାର୍ଯ୍ୟ କରିବେ।

ମୀନ: ବିବିଧ ଉପାୟରେ ଧନଲାଭ କରିପାରନ୍ତି। ମିତ୍ରଠାରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ବ୍ୟକ୍ତିଭାବେ ସମ୍ବର୍ଦ୍ଧିତ ହେବେ। ଅର୍ଥ ପ୍ରାପ୍ତି ହେବ।

Leave a comment