ଆଜିର ରାଶିଫଳ

କର୍ମଫଳ ଦାତା ଶନି ଦେବ ନିଜର ନକ୍ଷତ୍ର ପରିବର୍ତ୍ତନ କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଶନି ଦେବ ୩ ଅକ୍ଟୋବର ୨୦୨୫ରେ ରାତି ୯ଟା ୪୯ ମିନିଟ୍‌ରେ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ବଦଳିବ..

ମିଥୁନ- ଏହି ରାଶିଙ୍କ ପାଇଁ ବେଶ ଲାଭକାରୀ ହେବ । ଚାକିରିରେ ଖୁବ୍‌ ଉନ୍ନତି ହେବ । ସୁବର୍ଣ୍ଣ ସୁଯୋଗ ମିଳିବ । ଯେଉଁଥିରେ ହାତ ଦେବେ ସଫଳତା ପାଇବେ । ଅଟକି ଥିବା ଧନ ଫେରି ପାଇବେ । ମାନ-ସମ୍ମାନ ବୃଦ୍ଧି ହେବ ।

କୁମ୍ଭ- ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ହଠାତ୍‌ ଧନ ଲାଭ ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ବଡ ସଫଳତା ପାଇବେ । ବିଦେଶ ଯିବାର ସୁଯୋଗ ପାଇବେ । ନୂଆ ନୂଆ ସଫଳତା ମିଳିବ ।

ତୁଳା- ଆର୍ଥିକ କ୍ଷେତ୍ରରେ ଖୁବ୍‌ ଲାଭବାନ୍‌ ହେବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବଡ ସୁଯୋଗ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ପୁରୁଣା କରଜରୁ ମୁକ୍ତି ମିଳିବ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ ।

 

Leave a comment