ପୂର୍ବତନ ସରକାରଙ୍କ ଏକ ବୃହତ୍ ପରିକଳ୍ପନା ‘ଭୁବନେଶ୍ବର ମେଟ୍ରୋ ଟ୍ରେନ୍’ ପ୍ରକଳ୍ପ ବିଳମ୍ବ ହେଉଛି। ରାଜ୍ୟରେ ସରକାର ବଦଳିବା ପରେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ଏକ ପ୍ରକାରର ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବୋଲି ବିରୋଧୀ ଦଳଗୁଡ଼ିକ ପ୍ରତିକ୍ରିୟା ରଖୁଛନ୍ତି। ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଏହି ପ୍ରକଳ୍ପ ପାଇଁ ବିଜେଡି ସରକାର ପୂର୍ବରୁ ସବୁ ପ୍ରସ୍ତୁତି ସାରିଥିଲେ। ପ୍ରକଳ୍ପ କାମ ମଧ୍ୟ ଆରମ୍ଭ ହୋଇସାରିଥିଲା। କିନ୍ତୁ ବିଜେପି ଶାସନକୁ ଆସିବା ପରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଯାଇଛି। ଏବେକାର ସରକାର ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇଚାଲିଛି। ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କ କୌଣସି ସ୍ପଷ୍ଟତା ନାହିଁ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମେଟ୍ରୋ ପ୍ରକଳ୍ପ ନେଇ ସ୍ପଷ୍ଟତା ଆଣିବା ପରିବର୍ତ୍ତେ ମିଛ କହୁଛନ୍ତି।
ମେଟ୍ରୋ ପ୍ରକଳ୍ପ ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଥିଲେ, ଅନ୍ୟ ରାଜ୍ୟଗୁଡିକରେ କ୍ଷତିରେ ଚାଲିଛି ମେଟ୍ରୋ। ସେଠାକାର ସରକାରଙ୍କୁ କ୍ଷତିଭରଣା କରିବାକୁ ପଡୁଛି। ସେଥିପାଇଁ ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି। ଏକ କମିଟି ବିଭିନ୍ନ ରାଜ୍ୟକୁ ଯାଇ ମେଟ୍ରୋ ପ୍ରକଳ୍ପକୁ ଅନୁଧ୍ୟାନ କରି ରିପୋର୍ଟ ଦେବେ। ତାକୁ ଅନୁଧ୍ୟାନ କରି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।ଏହା ପୂର୍ବରୁ ରାଜ୍ୟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କରାଯିବ। ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଟେକ୍ନିକାଲ କମିଟି ଗଠନ ହେବ। ଏହି କମିଟି ବିଭିନ୍ନ ସହାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବେ। ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବ। ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ୍ ତିଆରି ହୋଇଛି। ପୁରୁଣା ପ୍ରକଳ୍ପ ବନ୍ଦ ହୋଇଛି। ସେସବୁ ରାସ୍ତା ଟ୍ରାଫିକ ଜାମ୍ ରହୁଛି। ଟେଷ୍ଟିଙ୍ଗ୍ ବେଳେ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଛି। ମେଟ୍ରୋ କାମ ଚାଲିଥିଲେ ସେସବୁ ରାସ୍ତା ବନ୍ଦ ହୋଇ ଯାଇଥାନ୍ତା। ସେଥି ପାଇଁ ନୂଆ ଟ୍ରାକ୍ କେଉଁଠି ହେବ ସେ ରିପୋର୍ଟ କମିଟି ଦେବ।
Trending
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
Prev Post
Next Post