ଭାରତ ଉପରେ ଶୁଳ୍କ ବଢାଇବାକୁ ଧମକ ଦେଲା ଆମେରିକା
ଭାରତ ଉପରେ ଦୁଇଟି ପର୍ଯ୍ୟାୟରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବା ଆମେରିକା ଆହୁରି ଶୁଳ୍କ ଲଗାଇବାକୁ ଧମକ ଦେଇଛି। ଆମେରିକାର ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଯେ ଆଲାସ୍କାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ମଧ୍ୟରେ ଆଲୋଚନା ଆଶାନୁରୂପ ନ ରହିଲେ ଭାରତ ଉପରେ ଆହୁରି ଶୁଳ୍କ ଲଗାଯିବ। ୨୦୨୨ରୁ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଲାଗି ଆସନ୍ତାକାଲି ଟ୍ରମ୍ପ ଓ ପୁଟିନଙ୍କ ଭିତରେ ଆଲୋଚନା ହେବ। ଏ ସମ୍ପର୍କରେ ଆଲୋଚନା ବେଳେ ବେସେଣ୍ଟ କହିଛନ୍ତି ଯେ ଆମେ ଭାରତ ଉପରେ ମାଧ୍ୟମିକ ଶୁଳ୍କ ଲଗାଇଛୁ। ଆସନ୍ତାକାଲିର ଆଲୋଚନା ଠିକ୍ ନ ରହିଲେ ସେହି ଶୁଳ୍କ ଆହୁରି ବୃଦ୍ଧି କରାଯିବ।