ପବିତ୍ର ଜନ୍ମାଷ୍ଟର୍ମ ପର୍ବରେ ଏହି ତିନି ରାଶିଙ୍କ ଉପରେ ହେବ ଧନ ବର୍ଷା
ଚଳିତ ବର୍ଷ ୧୫ ଅଗଷ୍ଟରେ ପାଳନ ହେଉଛି ଜନ୍ମାଷ୍ଟମୀ ପର୍ବ । ଏହି ଦିନ ବୁଧ, ଗୁରୁ, ଶୁକ୍ର, ଶନି ଗ୍ରହ ଏକାଠି ହୋଇ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଏହି ଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ଆଣିବାକୁ ଯାଉଛି । ଭାଗ୍ୟକୁ ବଦଳାଇ ଦେବ ଏହି ଯୋଗ ।
ଜନ୍ମାଷ୍ଟମୀରେ ବୁଧ ସିଧା ଚଳନ କରି କର୍କଟ ରାଶିରେ ସୂର୍ଯ୍ୟଙ୍କ ସହ ଏକାଠି ହେବେ । ଶନି ଓଲଟା ଚଳନ କରିବେ ଓ ଗୁରୁ-ଶୁକ୍ର ମୀନ ରାଶିରେ ଏକାଠି ହୋଇ ଶୁଭ ସଂଯୋଗ ସୃଷ୍ଟି ହେବ । ବିଭିନ୍ନ ନକ୍ଷତ୍ରଙ୍କ ମଧ୍ୟ ସଂଯୋଗ ହେବ । ଏହି ଦିନ ବୁଦ୍ଧି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ଯୋଗ ଆଦି ମହାସଂଯୋଗ ହେବାକୁ ଯାଉଛି । ଜାଣନ୍ତୁ ଏହି ୩ ରାଶିଙ୍କୁ ମିଳିବ କି କି ସଫଳତା..
ବୃଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଅଟକି ଥିବା କାମ ପୂରଣ ହେବ । ପରିଶ୍ରମର ଫଳ ମିଳିବ । ବଡ ସଫଳତା ହାସଲ କରିବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ହଠାତ୍ ଧନ ଲାଭ ହେବ ।
ମିଥୁନ- ଏହି ରାଶିଙ୍କୁ ଗୋଟିଏ ପରେ ଗୋଟିଏ ଲାଭ ମିଳିବ । କର୍ମକ୍ଷେତ୍ରରେ ମଧ୍ୟ ସଫଳତା ମିଳିବ । ବ୍ୟବସାୟରେ ବଡ ଧନ ଲାଭ ହେବ ।
ସିଂହ- ହଠାତ୍ ଧନ ଲାଭ ହେବ । ଏହି ସମୟରେ କରିଥିବା କାମର ଶୁଭଫଳ ମିଳିବ । ବ୍ୟବସାୟରେ ଲାଭ ମିଳିବ । ସନ୍ତାନ ପ୍ରାପ୍ତି ହେବ ।