ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ
ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ (HG &CD) ଏବଂ କରେକ୍ସନାଲ୍ ସେବାର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକରେ ସମ୍ମାନିତ କରାଯିବ। ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଏସ୍ପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ।
ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ। ଏସ୍ଆଇ ଅମରେଶ ନରେନ୍ଦ୍ର, କନଷ୍ଟେବଳ ଜିତେନ୍ଦ୍ର ନାୟକଙ୍କୁ ମିଳିବ ସାହସିକତା ପଦକ। OAPF ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗ, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ପଦକ ମିଳିବ।
ମୋଟ ୨୩୩ ଜଣ କର୍ମଚାରୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ଏହି ମର୍ଯ୍ୟାଦାଜନକ ପଦକ ମିଳିବ। ଏମାନଙ୍କ ମଧ୍ୟରୁ ୨୨୬ ଜଣ ପୋଲିସ ସେବାରୁ ୬ ଜଣ ଅଗ୍ନିଶମ ସେବାରୁ ଏବଂ ଜଣେ HG&CDରୁ ରହିଛନ୍ତି।
ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ (PSM):
ଏହି ପଦକ ୯୯ ଜଣ କର୍ମଚାରୀଙ୍କୁ ସେମାନଙ୍କର ଅନୁକରଣୀୟ ଏବଂ ବିଶିଷ୍ଟ ସେବା ପାଇଁ ପ୍ରଦାନ କରାଯିବ। ପୋଲିସ ସେବାରୁ ୮୯ ଜଣ, ଅଗ୍ନିଶମ ସେବାରୁ ୫ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୩ ଜଣ ଏବଂ କରେକ୍ସନାଲ୍ ସେବାରୁ ୨ ଜଣ ଅନ୍ତର୍ଭୁକ୍ତ।
ମେରିଟୋରିଆସ୍ ସେବା ପାଇଁ ପଦକ (MSM):
ମୋଟ ୭୫୮ ଜଣ କର୍ମଚାରୀଙ୍କୁ ସେମାନଙ୍କର ପ୍ରଶଂସନୀୟ ଏବଂ ଗୁଣାତ୍ମକ ସେବା ପାଇଁ ଏହି ପଦକ ସହିତ ସମ୍ମାନିତ କରାଯିବ। ପୋଲିସ ସେବାରୁ ୬୩୫ଜଣ, ଅଗ୍ନିଶମ ସେବାରୁ ୫୧ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୪୧ ଜଣ ଏବଂ କରେକ୍ସନାଲ୍ ସେବାରୁ ୩୧ ଜଣଙ୍କୁ ସମ୍ମାନିତ କରାଯିବ।