ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍ , ୧୫ ଆହତ
ଭାରସାମ୍ୟ ହରାଇ ଚାଷ ଜମି କୁ ଓଲଟିଲା ଓଏସ୍ଆର୍ଟିସି ବସ୍। ଅଳ୍ପକେ ବର୍ତ୍ତିଲେ ୪୯ ଯାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଆଖୁସିଙ୍ଗ ଦେଇ ଯାଉଥିବା ୩୨୬ ନଂ ଜାତୀୟ ରାଜପଥରେ। ଏକ ଯାତ୍ରୀବାହୀ ବସ୍ ପୁରୀ ରୁ କୋଟପାଡ଼ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଚାଷ ଜମିକୁ ଓଲଟି ପଡିଛି । ରାତ୍ରି ପ୍ରାୟ ୩ ଟା ସମୟ ରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଘଟଣା ସ୍ଥଳରେ ପଦ୍ମପୁର ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ବସ ର ସାମ୍ନା କାଚ ଭାଙ୍ଗି ଉଦ୍ଧାର କରି ପଦ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ବସ ରେ ମୋଟ୍ ୪୯ ଜଣ ଯାତ୍ରୀ ଥିଲେ । ସେଥରୁ ୧୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।