୧୦ ଯାଏଁ ବର୍ଷା

ରାଜ୍ୟରେ ଏବେ ଅନେକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା‌ ବେଳେ ସୁନ୍ଦରଗଡ଼ରେ ୩୯.୮ ମିମି, ‌ସୋନପୁରରେ ୨୪.୮ ମିମି, ଝାରସୁଗୁଡ଼ାରେ ୨୨.୨, ହାରାକୁଦରେ ୬.୨ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଆସନ୍ତାକାଲି କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା‌ର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ।ଏଥିସହ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବି ହାଲୁକା ବର୍ଷା ହୋଇପାରେ। ରାଜ୍ୟରେ ଏହିଭଳି ୧୦ ତାରିଖ ଯାଏ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ୮ ତାରିଖ ଆଡ଼କୁ ଏକ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛନ୍ତି।

 

Leave a comment