ଆଣ୍ଡରସନ-ତେନ୍ଦୁଲକର ସିରିଜ୍ରେ ଶେଷ ଟେଷ୍ଟ ମ୍ୟାଚ୍ : ଇଂଲଣ୍ଡକୁ ଭାରତ ୩୭୪ ରନ୍ ବିଜୟ ଲକ୍ଷ୍ୟ ଦେଇଛି
ଆଣ୍ଡରସନ-ତେନ୍ଦୁଲକର ସିରିଜ୍ରେ ଶେଷ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡକୁ ଭାରତ ୩୭୪ ରନ୍ ବିଜୟ ଲକ୍ଷ୍ୟ ଦେଇଛି । ଭାରତ ଦ୍ୱିତୀୟ ପାଳିରେ ୩୯୬ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଇଂଲଣ୍ଡ ଗୋଟିଏ ୱିକେଟ ହରାଇ ୫୦ ରନ୍ କରିଛି । ମ୍ୟାଚ୍ରେ ବିଜୟୀ ହେବାକୁ ହେଲେ ଭାରତକୁ ଆହୁରି ୯ ୱିକେଟ୍ର ଆବଶ୍ୟକତା ରହିଛି । ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଓପନର କ୍ରଲି (୧୪)ଙ୍କୁ ସିରାଜ୍ ପାଭେଲିୟନ ପଠାଇଥିଲେ । ବେନ୍ ଡେକଟ୍ (୩୪*) ବ୍ୟାଟିଂ କରୁଛନ୍ତି । ଭାରତ ଦ୍ୱିତୀୟ ଇନିଂସରେ ଯଶସ୍ବୀ ଜୟସ୍ବାଲ ଓ ଆକାଶ ଦୀପଙ୍କ ମଧ୍ୟରେ ୧୦୭ ରନ୍ ଭାଗୀଦାରି ହୋଇଥିଲା । ଜୟସ୍ୱାଲଙ୍କ ଶତକ (୧୧୮) ଓ ଆକାଶଦୀପଙ୍କ (୬୬) ପରେ ଉଭୟ ରବୀନ୍ଦ୍ର ଜାଡେଜା ଏବଂ ୱାସିଂଟନ୍ ସୁନ୍ଦରଙ୍କ ୫୩ ରନ୍ ଲେଖାଏଁ କରିଥିଲେ। ଉଭୟଙ୍କ ମନୋରଞ୍ଜନଭରା ଅର୍ଦ୍ଧଶତକ ଇଂଲଣ୍ଡ ସମ୍ମୁଖରେ ଆହ୍ବାନଭରା ବିଜୟଲକ୍ଷ୍ୟ ରଖିଛି । ଇଂଲଣ୍ଡ ଦ୍ୱିତୀୟ ନୂଆ ବଲ୍ ନେବା ପରେ ଭାରତ ୮ ଓଭର ଭିତରେ ଶେଷ ୪ ୱିକେଟ୍ ହରାଇଥିଲା । କିନ୍ତୁ ଅନ୍ତିମ ୱିକେଟ୍ରେ ପ୍ରସିଦ୍ଧ କୃଷ୍ଣ (୦*, ୨ ବଲ୍)ଙ୍କୁ ନେଇ ୱାସିଂଟନ୍ ସୁନ୍ଦର ଛକା ଓ ଚୌକା ବର୍ଷା କରି ୩୯ ରନ୍ ଯୋଡ଼ିବା ଆଶା ଦେଖାଇଥିଲା । ଇଂଲଣ୍ଡ ପାଇଁ ଜୋସ୍ ଟଙ୍ଗ୍ ଦ୍ବିତୀୟ ଥର ପାଇଁ ୫ ୱିକେଟ୍ ଦଖଲ କରିଛନ୍ତି ।